କୃଷକଙ୍କ ଭାରତ ବନ୍ଦ ଡାକରାକୁ ବ୍ୟାଙ୍କ ଅଫିସର ୟୁନିଅନର ସମର୍ଥନ, ସେପ୍ଟେମ୍ବର ୨୭ରେ ବନ୍ଦ ରହିବ ବ୍ୟାଙ୍କ ସେବା

ନୂଆଦିଲ୍ଲୀ : ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରିଛି ଅଖିଳ ଭାରତ ବ୍ୟାଙ୍କ ଅଫିସର୍ସ ମହାସଂଘ (ଏଆଇବିଓସି) । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୭ ତାରିଖରେ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରି ବ୍ୟାଙ୍କ ଅଫିସର ୟୁନିଅନଗୁଡ଼ିକ ବି ବନ୍ଦରେ ସାମିଲ ହେବେ । ୟୁନିଅନଗୁଡ଼ିକ ତରଫରୁ ଏହି ଦିନ ପ୍ରତିବାଦ ଆୟୋଜନ କରାଯିବ ।

ଏଆଇବିଓସି ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ ସରକାର କୃଷକମାନଙ୍କ ସହ ଆଲୋଚନା କରିବା ସହ ବିବାଦୀୟ କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରନ୍ତୁ ।

ଏଆଇବିଓସିର ଏହି ଘୋଷଣା ପରେ ଆସନ୍ତା ୨୭ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ରହିବ । ୨୭ ତାରିଖ ସୋମବାର ହୋଇଥିବାବେଳେ ତାହାର ପୂର୍ବ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି । ସେପ୍ଟେମ୍ବର ୨୫ ତାରିଖ ମାସର ୪ର୍ଥ ଶନିବାର ହୋଇଥିବାରୁ ଛୁଟି । ଫଳରେ ବ୍ୟାଙ୍କଗୁଡ଼ିକ ଲଗାତାର ୩ ଦିନ ବନ୍ଦ ରହିବ ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଗତବର୍ଷଠାରୁ କୃଷକମାନେ ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଆସନ୍ତା ୨୭ ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ସହ ଅନୁବନ୍ଧିତ ୪୦ରୁ ଅଧିକ କୃଷକ ୟୁନିଅନ ଭାରତ ବନ୍ଦ ଡାକରା ଦେଇଛନ୍ତି ।

 

ସମ୍ବନ୍ଧିତ ଖବର