ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଶ୍ରମିକ ଶ୍ରେଣୀ ବିରୋଧୀ ନୀତିକୁ ବିରୋଧ କରି ଆଜି ସମଗ୍ର ଭାରତର ଟ୍ରେନ୍ ୟୁନିୟନ ସବୁ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ପ୍ରଭାବରେ ସମଗ୍ର ଦେଶରେ ଜୀବନଯାତ୍ରା କେତେକାଂଶରେ ପ୍ରଭାବିତ ହୋଇଛି।
Image Source: ANIପଶ୍ଚିମବଙ୍ଗର କାଞ୍ଚନପଡ଼ା, ହାଓଡ଼ା ଏବଂ ଦୁର୍ଗାପୁରରେ ପ୍ରତିବାଦକାରୀମାନେ ରେଳପଥ ଅବରୋଧ କରିଥିଲେ। ହରିଦାୟପୁର ଷ୍ଟେସନ୍ ନିକଟ ରେଳଧାରଣା ପାଖରୁ ୪ଟି ଦେଶୀ ବୋମା ଉଦ୍ଧାର କରାଯାଥିଲା। ପୂର୍ବ ମେଦିନାପୁରରେ ପ୍ରତିବାଦକାରୀମାନେ ହଳଦିଆର ମେଚେଡ଼ା ଠାରେ ୪୧ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପ୍ରତିବାଦ ସମୟରେ ଆକ୍ରମଣ ଆଶଙ୍କା କରି ଉତ୍ତରବଙ୍ଗ ରାଜ୍ୟ ସଡ଼କ ପରିବହନ ନିଗମର
Image Source: ANIଜଣେ ବସ୍ ଡ୍ରାଇଭର୍ ହେଲ୍ମେଟ୍ ପରିଧାନ କରିଥିବା ଦେଖାଯାଇଥିଲା। କୁଚ୍ବିହାର ଠାରେ ପ୍ରତିବାଦ ସମୟରେ ଗୋଟାଏ ବସ୍ ଭଙ୍ଗାରୁଜା ହୋଇଥିବା ଖବର ମିଳିଛି। ବର୍ଦ୍ଧମାନରେ ତୃଣମୂଳ କଂଗ୍ରେସ କର୍ମୀ ଏବଂ ଷ୍ଟୁଡେଣ୍ଟ୍ସ୍ ୟୁନିୟନ ଅଫ୍ ଇଣ୍ଡିଆର ସଦସ୍ୟମାନଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ହାଓଡ଼ାରୁ ସମୁଦାୟ ୪୨ଟି ଟ୍ରେନ୍ ବାତିଲ ହୋଇଛି। ମୋଟାମୋଟି ପଶ୍ଚିମବଙ୍ଗରେ ବନ୍ଦର ପ୍ରଭାବ ବେଶୀ ଅନୁଭୂତ ହୋଇଛି।
Image Source: ANIଓଡ଼ିଶାର ଭୁବନେଶ୍ୱର ଏବଂ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ମଧ୍ୟ ପ୍ରତିବାଦକାରୀମାନେ ରେଳରୋକ କରିଥିଲେ। କଂଗ୍ରେସ ସମର୍ଥକମାନେ ରାଜଧାନୀ ଭୁବନେଶ୍ୱରରେ ସଡ଼କ ଅବରୋଧ କରିଥିବା ଖବର ମିଳିଛି।
ପୁଦ୍ଦୁଚେରୀରେ ସମ୍ପୂର୍ଣ୍ଣ ବନ୍ଦ ପାଳନ ହେଉଛି। ବାଟଘାଟରେ କୌଣସି ବସ୍, ଟ୍ରକ୍ ଏବଂ ଅଟୋ ଚଳାଚଳ କରୁନାହିଁ। ଦୋକାନ, ରେସ୍ତୋରାଁ, ସିନେମା ସବୁ ବନ୍ଦ ରହିଛି।
ଟୁଇଟ୍ କରି ପ୍ରତିବାଦକାରୀଙ୍କୁ ରାହୁଳ ଗାନ୍ଧୀ ଅଭିବାଦନ ଜଣାଇବା ସହ ମୋଦୀ ସରକାରଙ୍କୁ ଜନ-ବିରୋଧୀ ନୀତି ଯୋଗୁଁ ସମାଲୋଚନା କରିଛନ୍ତି।
Image Source: ANIବନ୍ଦ ପାଳନ ଯୋଗୁଁ ଦିଲ୍ଲୀର ମଥୁରା ରୋଡ୍ ଏବଂ କାଳିନ୍ଦୀ କୁଞ୍ଜ ମଧ୍ୟରେ ଥିବା ରାସ୍ତା ନମ୍ବର ‘୧୩-କ’ରେ ଯାନବାହନ ଚଳାଚଳ ବନ୍ଦ ରଖାଯାଇଛି। ନଇଡ଼ାରୁ ଆସୁଥିବା ଲୋକେ ଡିଏନ୍ଡି କିଂବା ଅକ୍ଷରଧାମ ବାଟେ ଦିଲ୍ଲୀ ଆସିବାକୁ ଦିଲ୍ଲୀ ଟ୍ରାଫିକ୍ ପୁଲିସ କହିଛି।
ସମଗ୍ର ଦେଶରେ ବନ୍ଦ ଚାଲିଥିବା ବେଳେ ମୁମ୍ବାଇର ଢାବାବାଲାମାନେ ପୂର୍ବବତ୍ କାର୍ଯ୍ୟ କରୁଛନ୍ତି ବୋଲି ଖବର ମିଳିଛି।
ପଞ୍ଜାବ, ହରିୟାଣା ଓ ଚଣ୍ଡୀଗଡ଼ରେ ଭାରତ ବନ୍ଦର ମିଶ୍ର ପ୍ରଭାବ ପଡ଼ିଛି। ଆଜି ଚଣ୍ଡୀଗଡ଼ ଓ ହରିୟାଣାରେ ବର୍ଷା ହେଉଛି। ସେଠାରେ ଦୋକାନ ବଜାର ବନ୍ଦ ରଖିବାକୁ ପ୍ରତିବାଦକାରୀମାନେ କହୁଛନ୍ତି।
ଚେନ୍ନାଇ ପୁଲିସ କେତେକ ବାମପନ୍ଥୀ ଓ ଶ୍ରମିକ ସଂଗଠନର ନେତାଙ୍କୁ ଗିରଫ କରି ଅଟକ ରଖିଛି। ସେମାନେ ରାସ୍ତା ଅବରୋଧ କରି ସରକାରୀ ବସ୍ ଅଟକାଇବାକୁ ଉଦ୍ୟମ କରୁଥିଲେ। ବିଜୟଓ୍ଵାଡ଼ା, ଗୁଣ୍ଟୁର, ଓଙ୍ଗୋଲ୍, ବିଶାଖାପାଟଣା, କଡ଼ପା ଏବଂ ଅନ୍ୟାନ୍ୟ ସହରରେ ସେମାନେ ଷ୍ଟାଣ୍ଡ୍ରୁ ବସ୍ ଛାଡ଼ି ନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/bharat_bandh_trade_unions-x864.jpg)