ମାର୍ଚ୍ଚ ୨୮,୨୯ରେ ଭାରତ ବନ୍ଦ, ପ୍ରଭାବିତ ହେବ ଜରୁରୀ ସେବା, ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୃଷକ, ଶ୍ରମିକ ଓ ସାଧାରଣ ଜନତା ବିରୋଧୀ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନଗୁଡ଼ିକ ଆସନ୍ତା ୨୮ ଓ ୨୯ ତାରିଖରେ ଭାରତ ବନ୍ଦ  ଡାକରା ଦେଇଛନ୍ତି । ଏହି ବନ୍ଦ ଡାକରାକୁ ବ୍ୟାଙ୍କ ୟୁନିୟନଗୁଡ଼ିକ ସମର୍ଥନ କରୁଥିବାରୁ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ । ଫଳରେ ବ୍ୟାଙ୍କଗୁଡ଼ିକ ଲଗାତାର ୪ ଦିନ ଅର୍ଥାତ ଆସନ୍ତା ୨୬ ତାରିଖଠାରୁ ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଆସନ୍ତା ୨୬ ତାରିଖ ମାସର ୪ର୍ଥ ଶନିବାର ଥିବାରୁ ବ୍ୟାଙ୍କ ଛୁଟି ରହିବ । ସେହିପରି ରବିବାର ସ୍ବାଭାବିକ ଭାବେ ବ୍ୟାଙ୍କ ଛୁଟି ରହିଥାଏ । ଏଣୁ ଏହାକୁ ମିଶାଇ  ମୋଟ  ୪ ଦିନ ଛୁଟି ରହିବ ।

ଏହି ଭାରତ ବନ୍ଦ ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା ପାଇଁ ଗତ ମଙ୍ଗଳବାରଦିନ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଏକ ବୈଠକ ଦିଲ୍ଲୀଠାରେ ବସିଥିଲା । ହରିୟାଣା ଓ ପଞ୍ଜାବର ବିଦ୍ୟୁତ ଓ ପରିବହନ କର୍ମଚାରୀମାନଙ୍କ ୟୁନିୟନଗୁଡ଼ିକ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ କରୁଛନ୍ତି । ଏଣୁ ଏସବୁ ରାଜ୍ୟରେ ଏହି ଦୁଇଟି ଅତ୍ୟାବଶ୍ୟକ ସେବା ବ୍ୟାହତ ହେବାର ଆଶଙ୍କା ରହିଛି ।

ଅନ୍ୟପକ୍ଷରେ ରେଳବାଇ ଓ ପ୍ରତିରକ୍ଷା ଶିଳ୍ପଗୁଡ଼ିକର ୟୁନିୟନଗୁଡ଼ିକର ସମର୍ଥନ ପାଇଁ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ନିବେଦନ କରାଯାଇଛି ।

 

 

ସମ୍ବନ୍ଧିତ ଖବର