ଜାତିଭିତ୍ତିକ ଆଇନ ପ୍ରତ୍ୟାହାର ଦାବି: ୩୦ରେ ଭାରତ ବନ୍ଦ, ବନ୍ଦ ଡାକରା ଦେଲା ଓବିସି-ସାଧାରଣ ବର୍ଗ ସମୂହ

ନୂଆଦିଲ୍ଲୀ: ଜାତିଭିତ୍ତିକ ଆଇନ ପ୍ରତ୍ୟାହାର ଦାବିରେ ଚଳିତ ଅକ୍ଟୋବର ୩୦ରେ ଭାରତ ବନ୍ଦ ପାଳନ ହେବ। ଅନ୍ୟାନ୍ୟ ପଛୁଆ ବର୍ଗ ଓ ସାଧାରଣ ବର୍ଗ ସମୂହ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଉଭୟ ବର୍ଗ ପକ୍ଷରୁ ଜାତିଭିତ୍ତିକ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବି କରାଯାଇଛି। ସୂଚନାଯୋଗ୍ୟ କୌଣସି ବଡ଼ ରାଜନୈତିକ ଦଳ କିମ୍ବା ଆଖିଦୃଶିଆ ବ୍ୟକ୍ତିବିଶେଷଙ୍କ ବିନା ସହଯୋଗରେ ୩ ଥର ଭାରତ ବନ୍ଦ ହେବା ପରେ ଏହା ଏବେ ଏକ ରାଜନୈତିକ ରୂପରେଖ ନେବାରେ ଲାଗିଛି।

ଗତ ସେପ୍ଟେମ୍ବର ୬ ତାରିଖରେ ଭାରତ ବନ୍ଦ ଥିଲା। ଏହି ବନ୍ଦ ପରେ ଆଧ୍ୟାତ୍ମିକ କଥାବାଚକ ଦେବକୀନନ୍ଦ ମହାରାଜଙ୍କ ଅଭ୍ୟୁଦୟ ଜାତିଭିତ୍ତିକ ଏସସି କିମ୍ବା ଏସଟି ଆଟ୍ରୋସିଟି ବିରୋଧୀ ଆନ୍ଦୋଳନକୁ ଏକ ନୂଆ ରୂପ ପ୍ରଦାନ କରିଛି। କେନ୍ଦ୍ରରେ ବିଶ୍ୱଶକ୍ତି ପାର୍ଟି, ଆରକ୍ଷଣ ବିରୋଧୀ ପାର୍ଟି, ଅନାରକ୍ଷିତ ସମାଜ ପାର୍ଟି, ପବ୍ଲିକ ପଲିଟିକାଲ ପାର୍ଟି ଭଳି ରାଜ୍ୟ ସ୍ତରରେ କଳିଙ୍ଗ ନ୍ୟାସନାଲ ଫ୍ରଣ୍ଟ ଭଳି ରାଜନୈତିକ ଦଳମାନେ ଏହି ଆନ୍ଦୋଳନ ପଛରେ ଛିଡା ହେବାକୁ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର