ନୂଆଦିଲ୍ଲୀ: ଆଜି ପ୍ରତିବାଦକାରୀ କୃଷକମାନେ ଦେଇଥିବା ‘ଭାରତ ବନ୍ଦ୍’ ଡାକରାକୁ ଅନେକ ବିରୋଧୀ ରାଜନୈତିକ ଦଳ ସମର୍ଥନ କରୁଥିବାରୁ ସମଗ୍ର ଦେଶର ଏହାର ପ୍ରଭାବ ଅନୁଭୂତ ହେବାରେ ଲାଗିଲାଣି।
/sambad/media/post_attachments/wp-content/uploads/2020/12/farmers_delh.jpg)
ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ବାମ ଦଳ, ବାଣିଜ୍ୟ ସଂଘ ଏବଂ କୃଷକ ସଂଘ ଆଜି ସକାଳୁ ଭୁବନେଶ୍ବର ରେଳ ଷ୍ଟେସନ୍ରେ ଟ୍ରେନ୍ ଅଟକାଇଛନ୍ତି। ମହାରାଷ୍ଟ୍ରରେ ମଧ୍ୟ ଟ୍ରେନ୍ ଅଟକାଇବାରୁ କୃଷକ ସଙ୍ଗଠନର ସଦସ୍ୟମାନଙ୍କୁ ଅଟକ ରଖାଯାଇଛି।
/sambad/media/post_attachments/wp-content/uploads/2020/12/train_bandh-300x153.jpg)
ପ୍ରୟାଗରାଜ ନିକଟରେ ଭାରତ ବନ୍ଦ ସମୟରେ ସମାଜବାଦୀ କର୍ମୀମାନେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍ ଅଟକାଇ ରେଳଧାରଣା ଉପରେ ସ୍ଲୋଗାନ୍ ଦେଉଛନ୍ତି। ତେଣୁ ବନାରସରୁ ଗୋଆଲିୟର୍ ଯାଉଥିବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍ ପ୍ରୟାଗରାଜ ନିକଟରେ ଅଟକି ରହିଛି।
କୋଲ୍କାତାର ଯାଦବପୁର ରେଳ ଷ୍ଟେସନ୍ରେ ମଧ୍ୟ ବାମପନ୍ଥୀ ରାଜନୈତିକ ଦଳମାନେ କୃଷକ ସଙ୍ଗଠନର ଭାରତ ବନ୍ଦକୁ ସମର୍ଥନ କରି ରେଳ ରୋକ କରିଛନ୍ତି।
କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧକରି କୃଷକମାନେ ଦେଇଥିବା ଭାରତ ବନ୍ଦ ଡାକରାକୁ ମସର୍ଥନ କରି ଆଜି ସକାଳୁ ବିଜୟୱାଡ଼ାରେ ମଧ୍ୟ ବାମ ଦଳମାନେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।
କିନ୍ତୁ, ପୁଣେରେ ବଜାର ଖୋଲା ରହିଛି। ବ୍ୟବସାୟୀମାନେ କହୁଛନ୍ତି କି, ସେମାନେ କୃଷକମାନଙ୍କ ଆନ୍ଦୋଳକୁ ସମର୍ଥନ କରିବେ। କିନ୍ତୁ, ଅନ୍ୟ ରାଜ୍ୟରୁ ଆସୁଥିବା ପରିବାପତ୍ର ସଂରକ୍ଷଣ କରି ରଖିବା ନିମନ୍ତେ ଆମେ ବଜାର ଖୋଲା ରଖିଛୁ। ନଚେତ୍ ସେଗୁଡ଼ିକ ପଚି ନଷ୍ଟ ହୋଇଯିବ।
/sambad/media/post_attachments/wp-content/uploads/2020/12/EorinMWVoAAPyDL-300x152.jpg)
ଆଜି ଭାରତ ବନ୍ଦକୁ ସମର୍ଥନ କରି ଦିନ ୧୧:୩୦ରେ ରାଜସ୍ଥାନର ଜୟପୁରରେ ‘ଏନ୍ଏସ୍ୟୁଆଇ’ ବିଜେପି କାର୍ଯ୍ୟାଳୟ ଘେରାଉ କରିବାକୁ ଯୋଜନା କରିଛି।
ସେହିଭଳି ଆଜିର ବନ୍ଦ ସମୟରେ ଯଦି ପ୍ରତିବାଦକାରୀମାନେ ଆଇନଶୃଙ୍ଖଳା ଉଲ୍ଲଂଘନ କରନ୍ତି ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିହାର ସରକାର ସବୁ ଜିଲ୍ଲାର ଏସ୍ପିଙ୍କୁ ନିର୍ଦେଶ ଦେଇଛନ୍ତି।
ଭାରତୀୟ କିଷାନ୍ ୟୁନିୟନ୍ର ମୁଖପାତ୍ର ତଥା କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ, ଆମର ପ୍ରତିବାଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଚାଲିବ। ଯଦି ଆମ ବନ୍ଦ ଡାକରା ଯୋଗୁଁ କୌଣସି ସ୍ଥାନରେ କେହି ୨-୩ ଘଣ୍ଟା ଅଟକି ରହିଯାଏ, ଆମେ ସେମାନଙ୍କୁ ପାଣି ଓ ଫଳ ଯୋଗାଇ ଦେବୁ। ଆମର ଚିନ୍ତାଧାରା ଭିନ୍ନ।