ବୁଷ୍ଟର୍‌ ଡୋଜ୍‌ ଭାବେ ‌‘କୋଭିଡ୍‌-୧୯ ନାଜାଲ୍‌ ଭ୍ୟାକ୍ସିନ୍‌’ ପରୀକ୍ଷା କରିବା ଲାଗି ‘ଡିସିଜିଆଇ’ଙ୍କ ସ୍ବୀକୃତି ପାଇଲା ‘ଭାରତ ବାୟୋଟେକ୍‌’

ନୂଆଦିଲ୍ଲୀ: ବୁଷ୍ଟର୍‌ ଡୋଜ୍‌ ଭାବେ ‘କୋଭିଡ୍‌-୧୯ ଅନ୍ତର୍ନାସିକା ଟିକା’କୁ (ନାଜାଲ୍‌ ଭ୍ୟାକ୍ସିନ୍‌) ବୁଷ୍ଟର୍‌ ଡୋଜ୍‌ ଭାବେ ପରୀକ୍ଷା କରିବା ଲାଗି ଆଜି ହାଇଦ୍ରାବାଦର ଟିକା ନିର୍ମାତା ‘ଭାରତ ବାୟୋଟେକ୍‌’ ଦେଶର ‘ଡ୍ରଗ୍‌ ରେଗୁଲେଟର୍‌’ଙ୍କ ଠାରୁ ଅନୁମତି ପାଇଛି।

ସମ୍ବାଦ ସରବରାହ ସଂସ୍ଥାନ ଏ.ଏନ୍‌.ଆଇ. ରିପୋର୍ଟ ଅନୁସାରେ, ବୁଷ୍ଟର୍‌ ଡୋଜ୍‌ ଭାବେ ‘କୋଭିଡ୍‌-୧୯ ଅନ୍ତର୍ନାସିକା ଟିକା’ର ବ୍ୟବହାର ପାଇଁ ପରୀକ୍ଷା କରିବା ଲାଗି ବୁଧବାର ଦିନ ଭାରତର ଡ୍ରଗ୍‌ ରେଗୁଲେଟର୍‌ ‘ଡିସିଜିଆଇ’ ‘ଭାରତ ବାୟୋଟେକ’ର ମଞ୍ଜୁରି ଆବେଦନକୁ ଅନୁମୋଦନ କରିଛନ୍ତି।

Image Courtesy of Mint

ପ୍ରାପ୍ତ ସୂଚନା ଅନୁସାରେ, ଅନ୍ତର୍ନାସିକା କୋଭିଡ୍‌ ଟିକାର ୩ୟ ପର୍ଯ୍ୟାୟ ‘ସୁପରିୟରିଟି ଷ୍ଟଡି’ ଏବଂ ତୃତୀୟ ପର୍ଯ୍ୟାୟ ‘ବୁଷ୍ଟର୍‌ ଡୋଜ୍‌ ଷ୍ଟଡି’ ପାଇଁ ‘ଡିସିଜିଆଇ’ଙ୍କ ‘ସବ୍‌ଜେକ୍ଟ୍‌ ଏକ୍ସପର୍ଟ କମିଟି’ (ଏସ୍‌ଇସି) ‘ଭାରତ ବାୟୋଟେକ୍‌’କୁ ଅନୁମୋଦନ ମଞ୍ଜୁର କରିବେ ବୋଲି କହିଛନ୍ତି।

ଅନୁମୋଦନ ନିମନ୍ତେ,‘ପ୍ରୋଟୋକଲ୍‌’ ଦାଖଲ ପାଇଁ ‘ଭାରତ ବାୟୋଟେକ୍‌’କୁ ନିର୍ଦେଶ ମଧ୍ୟ ଦିଆଯାଇଛି। ‘କୋଭିସିଲ୍‌ଡ୍‌’ ଏବଂ ‘କୋଭାକ୍ସିନ୍‌’ ଟିକା ନେଇ ସାରିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ‘ଭାରତ ବାୟୋଟେକ୍‌’ ପ୍ରସ୍ତାବ ଦେଇଥି‌ଲା।

୫୦୦୦ ବ୍ୟକ୍ତିଙ୍କ ଉପରେ ଭାରତ ବାୟୋଟେକ୍‌ ତା’ ଅନ୍ତର୍ନାସିକା ଟିକାର ନୈଦାନିକ ପରୀକ୍ଷା କରିବ। ସେଥିରୁ ୫୦% ହେଉଛନ୍ତି ‌‘କୋଭିସିଲ୍‌ଡ୍‌’ ଏବଂ ୫୦% ହେଉଛନ୍ତି ‘କୋଭାକ୍ସିନ୍’ ନେଇଥିବା ବ୍ୟକ୍ତି।

ସମ୍ବନ୍ଧିତ ଖବର