ନାଜାଲ ଭାକ୍ସିନର ପରୀକ୍ଷା ପାଇଁ ସରକାରଙ୍କୁ ଅନୁମତି ମାଗିଲା ଭାରତ ବାୟୋଟେକ

ନୂଆଦିଲ୍ଲୀ: ନାଜାଲ ଭାକ୍ସିନର ପରୀକ୍ଷଣ ପାଇଁ ଡିସିଜିଆଇ(ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ)କୁ ଅନୁମତି ମାଗିଛି ଭାରତ ବାୟୋଟେକ | ଡିସିଜିଆଇ ଅଧିକାରୀମାନେ କହିଛନ୍ତି ଯେ ନାଜାଲ ଟୀକାକରଣର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ଭାରତ ବାୟୋଟେକ ପକ୍ଷରୁ ଏକ ଆବେଦନ ପଠାଯାଇଛି। ତେବେ ଏପର୍ଯ୍ୟନ୍ତ ଆବେଦନକୁ ବିଚାର କରାଯାଇ ନାହିଁ। ଭାରତ ବାୟୋଟେକ୍ ଏହା ମଧ୍ୟ ଦାବି କରିଛି ଯେ ନାଜାଲ ଟିକା ବର୍ତ୍ତମାନ ଅନୁମୋଦିତ ଟିକା ଅପେକ୍ଷା ଲାଭଦାୟକ ହେବ।

ଏଥିସହ ଏହାର କେବଳ ଗୋଟିଏ ମାତ୍ରା ମାନବ ଶରୀରରେ ଆଣ୍ଟିବଡି ତିଆରି କରିବା ଆରମ୍ଭ କରିବ | ମଞ୍ଜୁର ହୋଇଥିବା ଟିକାର ଦୁଇଟି ଡୋଜ ୨୮ ଦିନ ବ୍ୟବଧାନରେ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯିବ |

ଭାରତ ବାୟୋଟେକର ମୁଖ୍ୟ ଡକ୍ଟର କୃଷ୍ଣା ଇଲ୍ଲାଙ୍କ କହିବା ଅନୁଯାୟୀ, ନାଜାଲ ଭାକ୍ସିନ୍ ପ୍ରସ୍ତୁତି ପାଇଁ ତାଙ୍କ କମ୍ପାନୀ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ସହିତ ହାତ ମିଳାଇଛି। ଲୋକଙ୍କୁ ନାକରେ ଦିଆଯାଉଥିବା ଟିକାର ଦୁଇଟି ବଦଳରେ କେବଳ ଗୋଟିଏ ଡୋଜ ଦିଆଯିବ | ଅନୁସନ୍ଧାନରୁ ଜଣାପଡିଛି ଯେ, ଏହା ଇଞ୍ଜେକ୍ସନ ଜରିଆରେ ଦିଆଯାଉଥିବା ଟିକାର ଏକ ବହୁତ ଭଲ ବିକଳ୍ପ।

ସମ୍ବନ୍ଧିତ ଖବର