ହାଇଦ୍ରାବାଦ: ପୁଣି ଥରେ ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକଙ୍କ ଅନୁମୋଦନ ପାଇଁ ଆବେଦନ କଲା ଭାରତ ବାୟୋଟେକ | ପୂର୍ବରୁ ପ୍ଲାଣ୍ଟରେ ଭଲ ଉତ୍ପାଦନ ଅଭ୍ୟାସ ଅନୁସରଣ କରାଯାଉନଥିବା ଦର୍ଶାଇ ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ | ହେଲେ ଏବେ ଭାରତ ବାୟୋଟେକ ପ୍ରମାଣପତ୍ର ପାଇଁ ବ୍ରାଜିଲ କର୍ତ୍ତୃପକ୍ଷଙ୍କୁ ଏକ ନୂତନ ଅନୁରୋଧ କରିଛି।
ବ୍ରାଜିଲର ଜାତୀୟ ସ୍ୱାସ୍ଥ୍ୟ ନୀରିକ୍ଷଣ ଏଜେନ୍ସି ଅନଭିସା ଅନୁଯାୟୀ, ଦକ୍ଷିଣ ଆମେରିକାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭାକ୍ସିନର ୨୦ ନିୟୁତ ଡୋଜ ଆମଦାନୀ ନେଇ ଅନୁମତି ପାଇଁ ଏକ ନୂତନ ଆବେଦନ ଦାଖଲ କରିବାର ଗୋଟେ ଦିନ ପୂର୍ବରୁ ଅର୍ଥାତ ମେ ୨୫ରେ ଭାରତ ବାୟୋଟେକ୍ ଏହି ଅନୁରୋଧ କରିଛି।
/sambad/media/post_attachments/ca676f3e96d80db4a83245eacde1dbb29ed52e64523336e345e5f61b0146744e.jpg)
ଏହାପୂର୍ବରୁ ଅନଭିସା କୋଭାକ୍ସିନ ଆମଦାନୀ କରିବାକୁ ଅନୁମତି ଦେବା ପାଇଁ ମନା କରିଦେଇଥିଲା | କାରଣ ଟିକା ଯେଉଁ କାରଖାନାରେ ତିଆରି ହେଉଥିଲା, ତାହା ଭଲ ଉତ୍ପାଦନ ଅଭ୍ୟାସ ଆବଶ୍ୟକତା ପୂରଣ କରୁନଥିଲା। ଅନଭିସା ଅନୁମୋଦନ ନଦେବା ପରେ ଏବେ ଭାରତ ବାୟୋଟେକ ନିଜର ଭୁଲ ସୁଧାରି ଭଲ ଉତ୍ପାଦନ ଅଭ୍ୟାସ ଅନୁସରଣ କରୁଥିବା ଦାବି କରିଛି | ଏହା ଦର୍ଶାଇ ଏବେ ଭାରତ ବାୟୋଟେକ ପୁଣି ଥରେ ଅନୁମୋଦନ ପାଇଁ ଆବେଦନ କରିଛି |