‘ଭାରତ ବାୟୋଟେକ୍‌’ ‘କୋଭାକ୍ସିନ୍‌’ର ତଥ୍ୟାବଳୀ ନିୟମିତ ଭାବେ ଅତି ଚଞ୍ଚଳ ଦାଖଲ କରୁଛି: ‘ଡବ୍ଲୁଏଚ୍‌ଓ’ ଅଧିକାରୀ

ଜାତିସଂଘ/ଜିନିଭା: ‘ଭାରତ ବାୟୋଟେକ୍‌’ ନିୟମିତ ଭାବେ ଅତି ଚଞ୍ଚଳ ‘କୋଭାକ୍ସିନ୍‌’ର ‘ଇୟୁଏଲ୍‌’ ସମ୍ବନ୍ଧୀୟ ତଥ୍ୟାବଳୀ ବୈଷୟିକ କମିଟିରେ ଦାଖଲ କରୁଛି। ତେଣୁ, ଆଗାମୀ ସପ୍ତାହରେ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଏହାକୁ ଅନୁମୋଦନ ଦେଇ ପାରେ ବୋଲି ଗୁରୁବାର ଦିନ ଜଣେ ଅଧିକାରୀ କହିଛନ୍ତି। ସେ ମଧ୍ୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଉଚ୍ଚମାନର ଟିକା ଉତ୍ପାଦନ କରୁଥିବା ଭାରତୀୟ ଶିଳ୍ପଗୁଡ଼ିକ ପ୍ରତି ‘ବିଶବ ସ୍ୱାସ୍ଥ୍ୟ ସଙ୍ଗଠନ’ର ବିଶ୍ୱାସ ରହିଛି।

‘କୋଭାକ୍ସିନ୍‌’ର ‘ଏମର୍ଜେନ୍‌ସି ୟୁଜ୍‌ ଲିଷ୍ଟିଙ୍ଗ୍‌’ ନିମନ୍ତେ ଏପ୍ରିଲ୍‌ ୧୯ ତାରିଖ ଦିନ ହାଇଦ୍ରାବାଦର ‘ଭାରତ ବାୟୋଟେକ୍‌’ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ରେ ‘ଏକ୍ସପ୍ରେସନ୍‌ ଅଫ୍‌ ଇନ୍‌ଟ୍ରେଷ୍ଟ୍‍’ ଦାଖଲ କରିଥିଲା।

ଏହି ଟିକାର ବୈଶ୍ୱିକ ବ୍ୟବହାର ପାଇଁ ଚୂଡ଼ାନ୍ତ ‘ଇୟୁଏଲ୍‌ ରିସ୍କ୍‌-ବେନିଫିଟ୍‌ ଆସେସ୍‌ମେଣ୍ଟ୍‌’ କରାଇବା ଲାଗି ଏହାର ନିର୍ମାତାଙ୍କ ଠାରୁ ‘ଅତିରିକ୍ତ ସ୍ପଷ୍ଟିକରଣ’ ଆବଶ୍ୟକ ବୋଲି ଗତ ମଙ୍ଗଳବାର ଦିନ ‘ଟିଏଜି’ରେ ନିଷ୍ପତ୍ତି ନିଆଯାଇଥିବା କଥା ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ କହିଥିଲା।

ଜିନିଭାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ‘ଆକ୍ସେସ୍‌ ଟୁ ମେଡିସିନ୍‌ସ୍‌ ଆଣ୍ଡ୍‌ ହେଲ୍‌ଥ୍‌ ପ୍ରଡକ୍ଟସ୍‌’ର ସହକାରୀ ମହାନିର୍ଦେଶକ ଡାକ୍ତର ମାରିଆଙ୍ଗେଲା ସାଇମାଓ କହିଛନ୍ତି, ‘ଭାରତ ବାୟୋଟେକ୍‌’ ‘କୋଭାକ୍ସିନ୍‌’ର ତଥ୍ୟାବଳୀ ନିୟମିତ ଭାବେ ଅତି ଚଞ୍ଚଳ ଦାଖଲ କରୁଛି। କିନ୍ତୁ, ସେମାନେ ଅକ୍ଟୋବର ୧୮ ତାରିଖ ଦିନ ସଦ୍ୟତମ ତଥ୍ୟାବଳୀ ଦାଖଲ କରିଛନ୍ତି।

Image Courtesy of The Economic Times

ଚୀନ୍‌ ଟିକା ‘ସାଇନୋଫାର୍ମ’ ଏବଂ ‘ସାଇନୋଭ୍ୟାକ୍‌’କୁ ବିନା ତଥ୍ୟାବଳୀରେ ‘ଇମର୍ଜେନ୍‌ସି ୟୁଜ୍‌ ଲିଷ୍ଟିଙ୍ଗ୍‌’ ବା ‘ଇୟୁଏଲ୍‌’ (ଜରୁରୀକାଳୀନ ବ୍ୟବହାର ତାଲିକାଭୁକ୍ତ) କରାଯାଇଥିବା ବେଳେ ‘କୋଭାକ୍ସିନ୍‌’କୁ ମଞ୍ଜୁରି ମିଳିବାରେ କାହିଁକି ବିଳମ୍ବ ହେଉଛି ବୋଲି ପଚରାଯିବାରୁ ସେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ସାଇମାଓ କହିଲେ ଯେ, ‘କୋଭାକ୍ସିନ୍‌’ର ‘ଇୟୁଏଲ୍‌’ ସମ୍ବନ୍ଧରେ ଆଲୋଚନା କରିବା ଲାଗି ଅକ୍ଟୋବର ୨୬ ତାରିଖ ଦିନ ବୈଷୟିକ ପରାମର୍ଶଦାତା କମିଟି ଏକତ୍ର ‘ଭାରତ ବାୟୋଟେକ୍‌’କୁ ଅତିରିକ୍ତ ସ୍ପଷ୍ଟିକରଣ ମାଗିଥିଲେ। ତେଣୁ, ‘କୋଭାକ୍ସିନ୍‌’ର ‘ଇୟୁଏଲ୍‌’ର ‘ଫାଇନାଲ୍‌ ରିସ୍କ୍‌ ବେନିଫିଟ୍‌’ର ସମୀକ୍ଷା ନିମନ୍ତେ ନଭେମ୍ବର ୨ ତାରିଖରେ ସେମାନଙ୍କର ବୈଠକ ବସିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଭାରତ ବାୟୋଟେକ୍‌’ ସହ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଯୋଗାଯୋଗ ରଖିଛି ଏବଂ କେଉଁ ପ୍ରକାରର ତଥ୍ୟାବଳୀ ଆବଶ୍ୟକ ସେ ବିଷୟରେ ଦୈନିକ ଆଲୋଚନା, ଟେଲିଫୋନ୍‌ କଲ୍‌ ଏବଂ ବୈଠକ କରୁଛି।

ସମ୍ବନ୍ଧିତ ଖବର