ନୂଆଦିଲ୍ଲୀ : କୋଭାକ୍ସିନ, ଏକ ନାସିକୀୟ (ଇଣ୍ଟ୍ରାନାଜାଲ) ଟିକା ଓ କୋଭିସିଲ୍ଡକୁ ୫ଟି ବିଭିନ୍ନ ପ୍ରକାରେ ମିକ୍ସ ଓ ମ୍ୟାଚ୍ କରି ଭୂତାଣୁଜନିତ ରୋଗ-ପ୍ରତିରୋଧକତା ଉପରେ କି ପ୍ରଭାବ ପଡ଼ୁଛି ଜାଣିବା ପାଇଁ ଭାରତ ବାୟୋଟେକ୍ ଏକ ଅନୁଧ୍ୟାନ ଆରମ୍ଭ କରିବାକୁ ଯାଉଛି। ୮୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ଉପରେ ଏହାର ପରୀକ୍ଷା କରାଯିବ। ଦେଶର ତିନୋଟି ଅଲଗା ଅଲଗା ସ୍ଥାନରେ ଏହି ପରୀକ୍ଷା କରିବା ପାଇଁ କମ୍ପାନି ସ୍ଥିର କରିଛି। ତା’ର ବିଶ୍ବାସ ଏହା ଦ୍ବାରା ରୋଗ ପ୍ରତିରୋଧକତା ବୃଦ୍ଧି ପାଇବ।
ସର୍ବୋତ୍ତମ ବୁଷ୍ଟର ପାଇଁ ତିନି ଟିକାର ମିଶ୍ରଣ କରିବ ଭାରତ ବାୟୋଟେକ୍
/sambad/media/post_attachments/wp-content/uploads/2022/01/vaccine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)