ଭାରତ ବାୟୋଟେକର ଦାବି‌; ଛୋଟ ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ନିରାପଦ କୋଭାକ୍ସିନ୍ ଟିକା

ନୂଆଦିଲ୍ଲୀ: କୋଭିଡ ବିରୋଧରେ ଚାଲିଥିବା ଲଢେଇରେ ଯେତେବେଳେ ସମୂହ ଟିକାକରଣ ପାଇଁ ସବୁ ଦେଶ ଅଣ୍ଟା ଭିଡିଛନ୍ତି ସେତେବେଳେ ସବୁଠୁ ବଡ ପ୍ରଶ୍ନ ଉଠିଛି ଯେ, କମ ବୟସର ପିଲାମାନଙ୍କୁ କୋଭିଡ ଟିକା ଦିଆଯିବ ନା ନାହିଁ । ଯଦି ଦିଆଯିବ କେତେ ବୟସର ପିଲାଙ୍କୁ ଏହା ଦିଆଯିବ ।

ଆମେରିକାରେ ମଡର୍ଣ୍ଣା ଟିକା ୨୦୨୨ ପର୍ଯ୍ୟନ୍ତ ଛୋଟ ପିଲାଙ୍କ ଉପରେ ପ୍ରୟୋଗ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଭାରତ ବାୟୋଟିକ କହିଛି ଯେ, ୨ରୁ ୧୨ ବର୍ଷ ପିଲାଙ୍କ କ୍ଷେତ୍ରରେ କୋଭାକ୍ସିନ ଟିକା ପ୍ରୟୋଗ କରାଯାଇପାରିବ । ଏଥିରେ କୌଣସି ଅସୁବିଧା ନାହିଁ । ଭାରତ ବାୟୋଟେକର ସିଏମଡି ଡକ୍ଟର କ୍ରିଷ୍ଣା ଏଲ୍ଲା ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି ସୂଚନା ଦେଇଛନ୍ତି ।

Health experts voice doubts, concerns about hurried approval process for Bharat Biotech's Covaxin - Health News , Firstpost
Firstpost

ସେ କହିଛନ୍ତି ଯେ, ଏନେଇ ଡିସିଜିଆଇକୁ ଏକ ପ୍ରସ୍ତାବ ଦିଆଯିବ ଏବଂ ଏକ୍ସପର୍ଟ କମିଟିର ଅନୁଧ୍ୟାନ ପାଇଁ ସମସ୍ତ ତଥ୍ୟ ଦିଆଯିବ । ଆଗାମୀ ୧୦ ଦିନ ମଧ୍ୟରେ ଆମେ ଛୋଟ ମାନବ ପରୀକ୍ଷଣ କରିବୁ, ଯାହା ପରେ ଛୋଟ ପିଲାଙ୍କୁ ବିନା କୌଣସି ଦ୍ୱିଧାରେ ଏହି ଟିକା ଦିଆଯାଇପାରିବ ।

ସମ୍ବନ୍ଧିତ ଖବର