ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ଆରମ୍ଭ ହେଲା କରୋନା ଟିକା ‌କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣ

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକା ‌କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର କୋଲକାତାରେ ରାଜ୍ୟପାଳ ଜଗଦୀପ ଧନଖର ଏହାକୁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ – ହଇଜା ଏବଂ ଆନ୍ତ୍ରୀୟ ରୋଗର ରାଷ୍ଟ୍ରୀୟ ସଂସ୍ଥାନ (ଆଇସିଏମଆର-ଏନଆଇସିଇଡି) ରେ ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଇସିଏମଆର-ଏନଆଇସିଇଡି ବୈଜ୍ଞାନିକ ତଥା ନିର୍ଦ୍ଦେଶକ ଡାକ୍ତର ଶାନ୍ତ‌ା ଦତ୍ତା କହିଛନ୍ତି ଯେ, ପ୍ରଥମ ଦୁଇଟି ପରୀକ୍ଷଣର ସନ୍ତୋଷଜନକ ଫଳାଫଳ ଆଧାରରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା କରାଯାଉଛି। ଆମେ ଭାରତର ୨୪ଟି କେନ୍ଦ୍ର ମଧ୍ୟରୁ ଗୋଟିଏ | ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ସମୁଦାୟ ୨୫,୮୦୦ ସ୍ବେଚ୍ଛାସେବୀଙ୍କୁ ଟିକା ଦିଆଯିବ, ସେଥିମଧ୍ୟରୁ ୧୦୦୦ସ୍ୱେଚ୍ଛାସେବୀ ଏଠାରେ ଅଛନ୍ତି।

coronavirus, covid-19, vaccine, coronavirus vaccine, kolkata, karnataka, west bengal, west bengal governor jagdeep dhankar, karnataka cm bs yediyurappa, BS Yediyurappa, Jagdeep Dhankar inaugurates Phase 3 of Covaxin, Covaxin, icmr, कोरोना वायरस, कोविड-19, कोरोना वायरस वैक्सीन, कोवैक्सीन, भारत बायोटेक, पश्चिम बंगाल, जगदीप धनखड़, बीएस येदियुरप्पा, कर्नाटक में कोवैक्सीन के तीसरे फेज का ट्रायल शुरू, कोलकाता में कोवैक्सीन के तीसरे फेज का ट्रायल शुरू
oneindia

ଶାନ୍ତା ଦତ୍ତା ଆହୁରି ମଧ୍ୟ କହିଛନ୍ତି, ‘ଟିକାର ଦୁଇଟି ଡୋଜ ୨୮ଦିନ ବ୍ୟବଧାନରେ ଦିଆଯିବ | ଦ୍ୱିତୀୟ ଡୋଜ୍ ଦିଆଯିବା ପରେ ସ୍ୱେଚ୍ଛାସେବୀମାନଙ୍କୁ ଏକ ବର୍ଷ ପାଇଁ ଅନୁଧ୍ୟାନ କରାଯିବ | ତା’ପରେ ଟିକାକରଣର ପ୍ରତିରକ୍ଷା ପ୍ରଭାବକୁ ବିଶ୍ଳେଷଣ କରାଯିବ ଏବଂ ପରବର୍ତ୍ତୀ କାର୍ଯ୍ୟ କରାଯିବ।

ସେହିଭଳି କର୍ଣ୍ଣାଟକରେ ମଧ୍ୟ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ଭିଡିଓ କଲ ମ‌ାଧ୍ୟମରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟର କ୍ଲିନିକାଲ୍ ପରୀକ୍ଷାକୁ ଉଦଘାଟନ କରିଛନ୍ତି। ବେଙ୍ଗାଲୁରୁର ବୈଦେହି ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଏବଂ ରିସର୍ଚ୍ଚ ସେଣ୍ଟର ଏହି ପରୀକ୍ଷା ହେବ ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର