ଆସନ୍ତା ସପ୍ତାହରୁ ଭାରତରେ ଆରମ୍ଭ ହେବ ନାଜାଲ କୋଭିଡ-୧୯ ଟିକାର ପରୀକ୍ଷଣ!

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ଭାରତରେ ଆରମ୍ଭ ହେବ ନାକରେ ଦିଆଯାଇପାରୁଥିବା କରୋନା ଟିକାର ପରୀକ୍ଷଣ। କରୋନାକୁ ହରାଇବା ପାଇଁ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରାଯାଇଥିବା ନାଜାଲ କୋଭିଡ-୧୯ ଟିକାର ପରୀକ୍ଷଣ ଆସନ୍ତା ସପ୍ତାହରୁ ଆରମ୍ଭ ହେବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ପାଟନା, ଚେନ୍ନାଇ, ନାଗପୁର ଏବଂ ହାଇଦ୍ରାବାଦରେ ଏହି ପରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି। ସେଣ୍ଟ୍ରାଲ୍ ଟ୍ରେଲ୍ ରେଜିଷ୍ଟ୍ରି ଅଫ୍ ଇଣ୍ଡିଆ (ସିଟିଆରଆଇ) ଅନୁଯାୟୀ, ଏହି ପରୀକ୍ଷା ୧୭୫ ସ୍ବେଚ୍ଛାସେବୀଙ୍କ ଉପରେ କରାଯିବ।

Expert Panel Recommends Permission For Phase 1 Clinical Trial Of Bharat  Biotech's Nasal COVID-19 Vaccine
Moneycontrol

ମିଳିଥିବା ସୂଚନା ମୁତାବକ, ଏହି ପରୀକ୍ଷଣ ପାଇଁ ସ୍ବେଚ୍ଛାସେବୀଙ୍କୁ  ନିଯୁକ୍ତ କରିବା ପ୍ରକ୍ରିୟା ଚାଲିଛି। ଜାନୁଆରି ୮ରେ, ଭାରତ ବାୟୋଟେକ୍ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ) ନିକଟକୁ ଯାଇ ଇଣ୍ଟ୍ରାନାଜାଲ୍ ଟିକାର ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା କରିବାକୁ ଅନୁମତି ମାଗିଥିଲା। ମଙ୍ଗଳବାର ଦିନ ବିଷୟ ବିଶେଷଜ୍ଞ କମିଟି ଆବେଦନ ଉପରେ ବିଚାର ବିମର୍ଶ କରି ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ଅନୁମତି ପରେ ଆସନ୍ତା ସପ୍ତାହରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର