ନୂଆଦିଲ୍ଲୀ: ଭାରତର ଟିକା ନିର୍ମାତା ଭାରତ ବାୟୋଟେକ୍ କୋଭିଡ୍-୧୯ର ପ୍ରତିଷେଧ ପାଇଁ ଏକ ଆନ୍ତଃନାସିକା (ଇଣ୍ଟ୍ରାନାଜାଲ) ଟିକାର ବିକାଶ କରିଛି, ଯାହାର ଜରୁରି ବ୍ୟବହାର ପାଇଁ ଭାରତର ଔଷଧ ମହାନିୟାମକ (ଡିସିଜିଆଇ) ଅନୁମତି ପ୍ରଦାନ କରିଛି। ଏହି ଟିକାକୁ ଇଂଜେକ୍ସନ ଆକାରରେ ନେବା ବଦଳରେ ନାକରେ ସ୍ପ୍ରେ କରିବାକୁ ପଡ଼େ। ଗତ ଫେବ୍ରୁଆରି ମାସରେ ପ୍ରଥମ କରି ମୁମ୍ବାଇ-ଭିତ୍ତିକ ଗ୍ଲେନ୍ମାର୍କ ସଂସ୍ଥା ସାନୋଟାଇଜ୍ ସହ ମିଳିତ ସହଯୋଗରେ କୋଭିଡ୍-ପୀଡ଼ିତ ବୟସ୍କଙ୍କ ଚିକିତ୍ସା ପାଇଁ ଏକ ନାକରେ ପକାଯାଉଥିବା ଔଷଧ ‘ଫାବିସ୍ପ୍ରେ’ ବଜାରକୁ ଛାଡ଼ିଥିଲା। ଡିସିଜିଆଇ ପକ୍ଷରୁ ଏହାକୁ ଅନୁମତି ମିଳିଥିଲା। ଭାରତ ବାୟୋଟେକ୍ର ଏହି ଟିକା ଉଦ୍ଭାବନ ହେବା କୋଭିଡ୍ ନିୟନ୍ତ୍ରଣରେ ଦେଶ ପାଇଁ ଆଉ ଏକ ମାଇଲଖୁଣ୍ଟ ବୋଲି କୁହାଯାଇପାରେ। ଏହି ଟିକା ‘ବିବିଭି୧୫୪’ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ପ୍ରାଥମିକ ରୋଗନିରୋଧକ କ୍ଷମତା ବୃଦ୍ଧିରେ ସହାୟକ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡ ମନସୁଖ ମାଣ୍ଡବୀୟ କହିଛନ୍ତି।
ଭାରତ ବାୟୋଟେକ୍ର ନାକରେ ପକାଯିବା କୋଭିଡ୍ ଟିକାକୁ ଅନୁମତି
/sambad/media/post_attachments/wp-content/uploads/2022/09/nasal-covid-dose.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)