ମଧ୍ୟପ୍ରଦେଶରେ ପ୍ରବେଶ କଲା ଭାରତ ଯୋଡ଼ୋ ଯାତ୍ରା, ପ୍ରିୟଙ୍କା ଗାନ୍ଧି ଯୋଗଦେବେ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଜାରି ରହିଥିବା ଭାରତ ଯୋଡ଼ୋ ଯାତ୍ରା ବୁଧବାର ମଧ୍ୟପ୍ରଦେଶରେ ପ୍ର‌ବେଶ କରିଛି। ଦକ୍ଷିଣ ରାଜ୍ୟରେ ୨ ମାସ ଭାରତ ଯୋଡ଼ୋ ଯାତ୍ରା ଚାଲିବାପରେ ଏବେ ହିନ୍ଦୀ ବହୁଳ ଅଞ୍ଚଳରେ ଯାତ୍ରା ପ୍ରବେଶ କରିଛି। ମହାରାଷ୍ଟ୍ରରୁ ଆଜି ବହୁ ସଂଖ୍ୟାରେ କଂଗ୍ରେସ ନେତା ହାତରେ ଜାତୀୟ ପତାକା ଧରି ମଧ୍ୟପ୍ରଦେଶର ବୋଦାର୍ଲି ଗ୍ରାମରେ ପହଞ୍ଚିଥିଲେ।

ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ ମଧ୍ୟପ୍ରଦେଶରେ କଂଗ୍ରେସ ମୁଖ୍ୟ କମଳନାଥଙ୍କୁ ପତାକା ହସ୍ତାନ୍ତର କରିବା ସହ ମଧ୍ୟପ୍ରଦେଶରେ ୧୨ ଦିନିଆ ଯାତ୍ର‌ା ଆରମ୍ଭ ହୋଇଛି। ମଧ୍ୟପ୍ରଦେଶରେ ୩୮୦ କିମି ପର୍ଯ୍ୟନ୍ତ ଭାରତ ଯୋଡ଼ୋ ଯାତ୍ରା ଚାଲିବ ଏବଂ ଏହାପରେ ଯାତ୍ରା ରାଜସ୍ଥାନରେ ପ୍ରବେଶ କରିବ। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ମଧ୍ୟପ୍ରଦେଶରେ ଭାରତ‌ ଯୋଡ଼ୋ ଯାତ୍ରାରେ ଯୋଗ ଦେବେ।

ସମ୍ବନ୍ଧିତ ଖବର