ଭାରତ ଯୋଡ଼ୋ ଯାତ୍ରା: ରାହୁଲ ନିଜକୁ କାହିଁକି ଚାବୁକ୍‌ରେ ପିଟିଲେ?

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ‘ଭାରତ ଯୋଡ଼ୋ’ ଯାତ୍ରା ମାଧ୍ୟମରେ ଲୋକଙ୍କ ସହ ସିଧାସଳଖ ସଂପର୍କରେ ଅଛନ୍ତି। ନିକଟରେ ତେଲେଙ୍ଗାନାରେ ସେ ଚାବୁକରେ ନିଜକୁ ନିଜେ ପିଟିବା ଏହାର ଏକ ଉଦାହରଣ। ଭାରତ ଯୋଡ଼ୋ ଯାତ୍ରା ତେଲେଙ୍ଗାନାର ୧୯ଟି ବିଧାନସଭା ଏବଂ ୭ଟି ସଂସଦୀୟ କ୍ଷେତ୍ର ଦେଇ ଅତିକ୍ରମ କରିବ। ଏହି ରାଜ୍ୟରେ ଭାରତ ଯୋଡ଼ୋ ଯାତ୍ରା ୩୭୫ କିମି ରହିବ। ତେବେ ଯାତ୍ରାର ୫୭ତମ ଦିନରେ ରାହୁଲ ନିଜ ଶରୀରକୁ ଚାବୁକରେ ପିଟିଥିଲେ। ଏହା ତାଙ୍କୁ ନିଃସନ୍ଦେହରେ କଷ୍ଟ ଦେଇଥିବ। ଲୋକ ସଂସ୍କୃତି ଓ ପରମ୍ପରାକୁ ଅତି ନିକଟରୁ ବୁଝିବା ପାଇଁ ରାହୁଲ ଏଭଳି କରୁଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି।

ତେଲେଙ୍ଗାନାରେ ଜଣେ ବ୍ୟକ୍ତି ହାତରେ ଏକ ଚାବୁକ ଧରି ଆସିବା ସମୟରେ ରାହୁଲ ଗାନ୍ଧି ତାଙ୍କଠାରୁ ଚାବୁକ ଆଣି ନିଜକୁ ପିଟିଥିଲେ। ରାଜନୀତିରେ ନିଜର ସ୍ଥାନ ବଜାୟ ରଖିବା ପାଇଁ ରାହୁଲ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ନିଜକୁ ଦଣ୍ଡିତ କରିବା ପରମ୍ପରାରେ ପୂର୍ବରୁ ‌ଅନ୍ୟ କୌଣସି ରାଜନେତା ସାମିଲ ହେବା ପାଇଁ ସେତେଟା ଆଗ୍ରହ ଦେଖାଇନାହାନ୍ତି। ରାଜନୀତିରେ ଏହା ତାଙ୍କୁ ତାଙ୍କ ପ୍ରତିଦ୍ବନ୍ଦୀଙ୍କ ଠାରୁ ଆଗରେ ରଖିବ ବୋଲି ଆତ୍ମବିଶ୍ବାସ ତାଙ୍କ ଠାରେ ସୃଷ୍ଟି ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର