ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା ଆସନ୍ତା ୨୩ ତାରିଖ ସକାଳେ ମଧ୍ୟପ୍ରଦେଶରେ ପ୍ରବେଶ କରିବ। ତେବେ ୨୧ ଓ ୨୨ ତାରିଖରେ ଏହି ଯାତ୍ରା ସ୍ଥଗିତ ରହିବା ପରେ ୨୩ ତାରିଖରେ ମଧ୍ୟପ୍ରଦେଶକୁ ଯିବ ବୋଲି ଏଆଇସିସିର ସାଧାରଣ ସଂପାଦକ ଜୟରାମ ରମେଶ ରବିବାର ଦିନ ସୂଚନା ଦେଇଛନ୍ତି।
ପୂର୍ବ ଯୋଜନା ଅନୁଯାୟୀ, ଯାତ୍ରା ରବିବାର ଦିନ ମଧ୍ୟପ୍ରଦେଶରେ ପ୍ରବେଶ କରିଥାନ୍ତା ଏବଂ ବୁରହନପୁରରେ ରାତ୍ରି ରହଣି ହୋଇଥାନ୍ତା। ସେହିଭଳି ପୂର୍ବ ଯୋଜନା ଅନୁଯାୟୀ, ଆସନ୍ତା ସୋମବାର ଦିନ ଯାତ୍ରା ସ୍ଥଗିତ ରହିଥାନ୍ତା। ରାହୁଲ ଗାନ୍ଧି ସୋମବାର ଦିନ ଗୁଜରାଟକୁ ନିର୍ବାଚନ ପ୍ରଚାର ପାଇଁ ଯିବା କାର୍ଯ୍ୟକ୍ରମ ରହିଛି। ୨୩ ତାରିଖ ସକାଳ ୬ଟାରେ ବୁରହାନପୁର ଜିଲ୍ଲାର ବୋଦାର୍ଲିରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହେବ। ସେହିଦିନ ସନ୍ଧ୍ୟାରେ ବୁରହାନପୁର ସହରରେ ପହଞ୍ଚିବ ଏବଂ ୨୪ ତାରିଖରେ ପଡ଼ୋଶୀ ଖଣ୍ଡୱା ଜିଲ୍ଲାକୁ ଯିବ।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୭ ତାରିଖରୁ ଭାରତ ଯୋଡ଼ୋ ଯାତ୍ରା ତାମିଲନାଡ଼ୁର କନ୍ୟାକୁମାରୀରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ପଦଯାତ୍ରା ହୋଇଛି। ପାଖାପାଖି ୧୫୦ ଦିନରେ ଉକ୍ତ ଯାତ୍ରା ଦେଶର ୧୨ଟି ରାଜ୍ୟ ଦେଇ ପ୍ରାୟ ୩୫୭୦ କିମି ଅତିକ୍ରମ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/bharat-jodo-jatra.jpg)