ମହାରାଷ୍ଟ୍ରରେ ପହଞ୍ଚିଲା ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଚାଲିଥିବା କଂଗ୍ରେସ ଦଳର ଭାରତ ଯୋଡ଼ୋ ଯାତ୍ରା ସୋମବାର ଦିନ ତେଲେଙ୍ଗାନାରୁ ବାହାରି ମହାରାଷ୍ଟ୍ରରେ ପ୍ରବେଶ କରିଛି। ସୋମବାର ରାତିରେ କଂଗ୍ରେସ ନେତାମାନେ ନନ୍ଦେଦ ଜିଲ୍ଲାର ଡେଗଲୁରରେ ପହଞ୍ଚିଛନ୍ତି। ସେମାନଙ୍କୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଡେଗଲୁରର ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ବାଗତ କରାଯାଇଥିଲା। ସ୍ବାଗତ ଉତ୍ସବ ପରେ ନେତାମାନେ ଏକତା ମଶାଲ ଧରି ଆଗକୁ ବଢ଼ିଥିଲେ। ମଧ୍ୟରାତ୍ରି ପରେ ନେତା ଓ କର୍ମୀମାନେ ଡେଗଲୁରର ଗୁରୁଦ୍ବାରାଠାରେ କିଛି ସମୟ ରହିବା ପରେ ଚିଦ୍ରବର ମିଲ୍‌ରେ ରାତ୍ରି ରହଣି କରିଛନ୍ତି।

ତାମିଲନାଡ଼ୁରୁ ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ୬୧ ଦିନରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା କେରଳ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଅତିକ୍ରମ କରିସାରିଛି। ମହାରାଷ୍ଟ୍ରରେ ରାହୁଲ ଆସନ୍ତା ୧୦ ଓ ୧୮ ତାରିଖରେ ଦୁଇଟି ସଭାରେ ଉଦବୋଧନ ଦେବେ। ୧୪ ଦିନ ଉକ୍ତ ଯାତ୍ରା ମହାରାଷ୍ଟ୍ରରେ ଚାଲିବ। ୬ଟି ସଂସଦୀୟ ଏବଂ ୧୫ଟି ବିଧାନସଭା କ୍ଷେତ୍ର ଦେଇ ଏହା ଯାତ୍ରା କରିବ। ୫ଟି ଜିଲ୍ଲାର ୩୮୨ କିମି ରାସ୍ତାରେ ଦଳୀୟ କର୍ମୀ ଓ ନେତାମାନେ ଚାଲିବେ। ନଭେମ୍ବର ୨୦ ତାରିଖରେ ଏହି ଯାତ୍ରା ମଧ୍ୟପ୍ରଦେଶରେ ପ୍ରବେଶ କରିବ।

ସମ୍ବନ୍ଧିତ ଖବର