‘ଭାରତ ମାତା କୀ ଜୟ’ କହିବାରେ ଅସୁବିଧା କେଉଁଠି ? ମନମୋହନଙ୍କୁ ଟାର୍ଗେଟ୍‌ କଲେ ମୋଦୀ

ନୂଆଦିଲ୍ଲୀ: ‘ଭାରତ ମାତା କୀ ଜୟ’ କହିବାରେ ଅସୁବିଧା କେଉଁଠି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶ୍ନ କରିଛନ୍ତି। ଦିନ ଥିଲା ‘ବନ୍ଦେ ମାତରମ୍‌’କୁ ବିରୋଧ କରାଯାଉଥିଲା। ଆଜି କିନ୍ତୁ ‘ଭାରତ ମାତା କୀ ଜୟ’କୁ ନେଇ କିଛି ଗୋଷ୍ଠୀ ବିରୋଧ କରୁଛନ୍ତି। ଆଜି ବିଜେପି ସଂସଦୀୟ ବୋର୍ଡ ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଟାର୍ଗେଟ୍‌ କରିଛନ୍ତି। ସୂଚନାଯୋଗ୍ୟ, ‘ଭାରତ ମାତା କୀ ଜୟ’ ସ୍ଲୋଗାନ୍‌ର ଅପବ୍ୟବହାର କରାଯାଉଛି ବୋଲି ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ। ସେହିଭଳି ‘ଭାରତ ମାତା କୀ ଜୟ’ ଏକ ଉଗ୍ର ଓ ଆବେଗିକ ବିଚାରଧାରା ସୃଷ୍ଟି କରୁଛି ବୋଲି ମନମୋହନ କହିଥିଲେ। ମନମୋହନଙ୍କ ଏଭଳି ବକ୍ତବ୍ୟର କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଭାରତ ମାତାକୀ ଜୟ’ କହିବାରେ କିଛି ବି ଅସୁବିଧା ନାହିଁ। ଆମେ ଦେଶ ପାଇଁ କାମ କରୁଛୁ। ଆଉ କିଛି (ବିରୋଧୀ) ନିଜ ଦଳ ପାଇଁ କାମ କରୁଛନ୍ତି ବୋଲି ମୋଦୀ ପରୋକ୍ଷରେ ମନମୋହନଙ୍କୁ ଟାର୍ଗେଟ୍‌ କରିଥିଲେ।

ସମ୍ବନ୍ଧିତ ଖବର