ସୁପ୍ରିମକୋର୍ଟ କୌଣସି ପ୍ରକାରର ହସ୍ତକ୍ଷେପ କରିବ ନାହିଁ : ଦେଶର ନାମ ‘ଇଣ୍ଡିଆ’ ବଦଳରେ ‘ଭାରତ’ କରିବା ଆବେଦନ ଉପରେ ମନ୍ତବ୍ୟ ଦେଲେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: ଦେଶର ଇଂରାଜି ନାମ ‘ଇଣ୍ଡିଆ’ ବଦଳରେ ଏହାକୁ ଭାରତ କିମ୍ବା ହିନ୍ଦୁସ୍ତାନ କରିବାକୁ ଦାବି କରି ମେ ୩୦ରେ ସୁପ୍ରିମ୍‌ କୋର୍ଟରେ ଏକ ଆବେଦନ ଆଗତ କରାଯାଇଥିଲା । ଆଜି ସୁପ୍ରିମ୍‌ କୋର୍ଟ ଏହି ଆବେଦନ ଉପରେ ଶୁଣାଣି କରି ସୁପ୍ରିମ କୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ, ଏ ବିଷୟରେ କେନ୍ଦ୍ର ସରକାର ଚାହିଁଲେ ନିଷ୍ପତ୍ତି ନେଇ ପାରିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ ଏ ବୋବଡ଼େ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଜଣେ ବ୍ୟବସାୟୀ ନମାହା ଏହି ଅ‌ାବେଦନ ଦାଖଲ କରି ଦେଶର ନାମ “ଭାରତ” କିମ୍ବା “ହିନ୍ଦୁସ୍ତାନ” ରେ ନାମିତ କରିବାକୁ କହି ‘ଇଣ୍ଡିଆ’ “ଦାସ ମାନସିକତା” ର ପ୍ରତୀକ  ବୋଲି ଅଭିଯୋଗ କରିଥିଲେ | ଆବେଦନକାରୀଙ୍କ ଯୁକ୍ତି ଥିଲା ଯେ, “ଇଣ୍ଡିଆ” ନାମ ଦେଶ ଭିତରୁ ଉତ୍ପନ୍ନ ହୋଇନାହିଁ; ଏହା “ଇଣ୍ଡିକା” ଶବ୍ଦରୁ ଜନ୍ମ ହୋଇଥିବା ଗ୍ରୀକ୍ ମୂଳର ଏକ ନାମ | ଆବେଦନକାରୀ ଏହା ମଧ୍ୟ ଦର୍ଶାଇଥିଲେ ଯେ, ଦେଶର ଇଂରାଜି ନାମ ‘ଇଣ୍ଡିଆ’ ବଦଳରେ ‘ଭାରତ’ କିମ୍ବା ‘ହିନ୍ଦୁସ୍ତାନ’ ହେଲେ ଏହାଦ୍ବାରା ଜାତୀୟତାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ। ଆବେଦନ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ସମ୍ବିଧାନର ଧାରାକୁ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେବାପାଇଁ ଦାବି କରିବା ସହ ଦେଶର ନାମ ‘ଇଣ୍ଡିଆ’କୁ ବଦଳାଇ ଭାରତ’ କିମ୍ବା ‘ହିନ୍ଦୁସ୍ତାନ’ କରାଯିବାକୁ ସେ ନିବେଦନ କରିଥିଲେ।

Nine-judge Constitution Bench of Supreme Court hears arguments on ...
SFLC.in

ତେବେ ମୁଖ୍ୟ ବିଚାରପତି ଏସ୍‌ଏ ବୋବଡ଼େଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଥିରେ କୌଣସି ପ୍ରକାରର ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି | ଖଣ୍ଡପୀଠ କହିଛନ୍ତି, ଆମେ ଏହା କରିପାରିବୁ ନାହିଁ। ସମ୍ବିଧାନରେ ଇଣ୍ଡିଆକୁ ଭାରତ କୁହାଯାଉଛି | ତେବେ ବ୍ୟବସାୟୀ ନମାହାଙ୍କ ଏହି ପିଟିସନ ଉପରେ ଶୁଣାଣି କରି ସୁପ୍ରିମ କୋର୍ଟ ଏହି ମାମଲାରେ କୌଣସି ପ୍ରକାରର ହସ୍ତକ୍ଷେପ କରିବ ନାହିଁ ବୋଲି ସ୍ପଷ୍ଟ କରିବା ସହ ଏ ନେଇ କେନ୍ଦ୍ର ସରକାର ଚାହିଁଲେ ନିଷ୍ପତ୍ତି ନେଇ ପାରିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି |

ସମ୍ବନ୍ଧିତ ଖବର