ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ’ଭାରତ ରତ୍ନ’ ଏଥର ୩ ଜଣଙ୍କୁ ଦେବା ପାଇଁ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ୧୯୫୪ରେ ଏକାସଂଗରେ ୩ ଜଣଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ଏନ୍୍ଡିଏ ସରକାର ପୂର୍ବ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନି, ଦଳିତ ନେତା କାଂଶୀରାମ ଏବଂ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବେ ବୋଲି ଜଣାପଡ଼ିଛି। ଦିବଂଗତ କାଂଶୀରାମଙ୍କୁ ଭାରତ ରତ୍ନ ଦେବାପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ବେଳେ ଦଳିତ ସଂପ୍ରଦାୟ ପାଇଁ କାଂଶୀରାମଙ୍କ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ଦେବାକୁ ସରକାର ଚିନ୍ତା କରୁଛନ୍ତି। ପୂର୍ବ ଉପପ୍ରଧାନମନ୍ତ୍ରୀ ଆଡଭାନୀ ଏବଂ ପୂର୍ବ ରାଷ୍ଟ୍ରପତି ମୁଖାର୍ଜୀଙ୍କର ଦେଶର ରାଜନୀତିକୁ ଉଲ୍ଲେଖନୀୟ ଅବଦାନ ପାଇଁ ଉଭୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଚର୍ଚ୍ଚା ହେଉଛି। ଦେଶରେ ଏବେ ଦଳିତ ଅସନ୍ତୋଷ ବୃଦ୍ଧି ପାଉଥିବାରୁ କାଂଶୀରାମଙ୍କୁ ଭାରତ ରତ୍ନରେ ସମ୍ମାନିତ କରି ବିଜେପି ଦଳିତମାନଙ୍କ ମନ ଜିଣିବାକୁ ଉଦ୍ୟମ କରିବ ଏବଂ ପ୍ରଣବଙ୍କୁ ଭାରତ ରତ୍ନରେ ସମ୍ମାନିତ କରି ପଶ୍ଚିମବଂଗରେ ମଧ୍ୟ ନିଜର ପତିଆରା ବଢ଼ାଇବାକୁ ପ୍ରୟାସ କରିବ ବୋଲି କୁହାଯାଉଛି।
ଆଡଭାନୀ, କାଂଶୀରାମ ଏବଂ ପ୍ରଣବଙ୍କୁ ମିଳିପାରେ ଭାରତ ରତ୍ନ
/sambad/media/post_attachments/wp-content/uploads/2018/08/0407188.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)