କ୍ୟାମ ସ୍କାନର ବ୍ୟାନ ପରେ ଆସିଲା ଭାରତ ସ୍କାନର

ନୂଆଦିଲ୍ଲୀ: କ୍ୟାମ ସ୍କାନର ଭାରତରେ ବ୍ୟାନ ହେବା ପରେ ଏହାର ବିକଳ୍ପ ଭାବେ ଭାରତ ସ୍କାନର୍ ମୋବାଇଲ୍ ଆପ୍ ଲଞ୍ଚ କରାଯାଇଛି। ଏହି ଆପରେ, ଉପଭୋକ୍ତାମାନେ ଡକ୍ୟୁମେଣ୍ଟ୍ ସ୍କାନ୍ କରିବାଠାରୁ ଆରମ୍ଭ କରି ପିଡିଏଫ୍ ତିଆରି କରିବା ପର୍ଯ୍ୟନ୍ତ ସୁବିଧା ପାଇବେ | ବିଶେଷ କଥା ହେଉଛି ଏହି ଆପ୍ ସଂପୂର୍ଣ୍ଣ ମାଗଣା ଏବଂ ଉପଭୋକ୍ତାମାନଙ୍କୁ କୌଣସି ବୈଶିଷ୍ଟ୍ୟ ବ୍ୟବହାର କରିବାକୁ ପୃଥକ ଚାର୍ଜ ଦେବାକୁ ପଡିବ ନାହିଁ | ବ୍ୟବହାରକାରୀଙ୍କ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋରରେ ଭାରତ ସ୍କାନର୍ ଆପ୍ ଉପଲବ୍ଧ ହୋଇଥିବାବେଳେ ଏହି ଆପ୍ କୁ ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଉପଭୋକ୍ତା ଡାଉନଲୋଡ୍ କରିସାରିଲେଣି |

ଗୁଗୁଲ୍ ପ୍ଲେ-ଷ୍ଟୋର୍‌ରେ ଏହା ୪.୪ ପଏଣ୍ଟ ପାଇଛି। ଏହି ଆପ୍ ୩୬ ଏମବି ହୋଇଥିବାବେଳେ କେତେକ ବିଶେଷ ବୈଶିଷ୍ଟ୍ୟ ସୁବିଧା ଦିଆଯାଇଛି | ଏହି ଆପ ମାଧ୍ୟମରେ ଉପଭୋକ୍ତାମାନେ ସହଜରେ ଡକ୍ୟୁମେଣ୍ଟ୍ ସ୍କାନ୍ କରିପାରିବେ | ଉପଭୋକ୍ତାମାନେ ସେମାନଙ୍କର ଡକ୍ୟୁମେଣ୍ଟଗୁଡ଼ିକୁ ପିଡିଏଫ ଭାବରେ ରଖିପାରିବେ |

ମେଲରେ ଏବଂ ହ୍ଵାଟ୍ସଆପ ଆପରେ ଡକ୍ୟୁମେଣ୍ଟ୍ ସେୟାର କରିବାକୁ ଉପଭୋକ୍ତାମାନେ ସୁବିଧା ପାଇଛନ୍ତି | ଏଠାରେ ସୂଚନା ଥାଉ କି ଭାରତ ସରକାର ୫୯ ଟି ଚୀନ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯେଉଁଥିରେ ଲୋକପ୍ରିୟ ଆପ୍ ଟିକଟକ, ଲାଇକ୍ ଏବଂ କ୍ୟାମ ସ୍କାନର୍ ଅନ୍ତର୍ଭୁକ୍ତ ରହିଛି |

ସମ୍ବନ୍ଧିତ ଖବର