ନୂଆଦିଲ୍ଲୀ: ଆଜିକାଲି ସବୁ ଜିନିଷ ଘରେ ବସି ହୋଇପାରୁଛି। ଜିନିଷ କିଣିବାଠାରୁ ଆରମ୍ଭ କରି ଜୀବନସାଥୀ ଖୋଜିବା ପର୍ଯ୍ୟନ୍ତ। ହେଲେ ଏହା ସହିତ ଲୋକେ ଠକାମିର ମଧ୍ୟ ଶିକାର ହେଉଛନ୍ତି। ପୂର୍ବରୁ ଜିନିଷ କିଣାକୁ ନେଇ ଲୋକେ ଠକାମିର ଶିକାର ହୋଇଥିବା ନେଇ ଖବର ମିଳିଥିବା ବେଳେ ଏବେ ଜୀବନସାଥୀ ଖୋଜିବା ସମୟରେ ବି ଠକାମିର ଶିକାର ହେଉଥିବା ଖବର ଆସିବାରେ ଲାଗିଛି। ଏମଧ୍ୟରେ ଜଣେ ମହିଳାଙ୍କ ଇନଷ୍ଟା ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଭାରତ ମାଟ୍ରିମୋନି ଉପରେ ସଙ୍ଗୀନ ଆରୋପ ଲଗାଇଛନ୍ତି।
ଭିଡିଓରେ ସେ କହିଛନ୍ତି ଯେ, "ମୁଁ ଏହି ପୋଷ୍ଟ ଭାରତର ସବୁଠାରୁ ବଡ଼ ଏବଂ ଭରସାଯୋଗ୍ୟ ଆପ୍ ଭାରତ ମାଟ୍ରିମୋନି ପାଇଁ କରିଛି। ଭାରତ ମାଟ୍ରିମୋନିରେ ଥିବା ଏହି ପ୍ରୋଫାଇଲରେ ମୋ ଫଟୋ ରହିଛି। ହେଲେ ମୋ ନାମ ଅଲଗା ରହିଛି। ଆପଣ ଦେଖିପାରୁଥିବେ ଯେ, ମୋ ସ୍ବାମୀ ମୋ ପାଖରେ ବସିଛନ୍ତି। ହେଲେ ମୁଁ ତାଙ୍କୁ କୌଣସି ମାଟ୍ରିମୋନି ଆପରୁ ଖୋଜି ପାଇନଥିଲି। ଭାରତ ମାଟ୍ରିମୋନିର ଏଲିଟ୍ ସବସ୍କ୍ରିପସନ ସର୍ଭିସରେ ମୋ ପ୍ରୋଫାଇଲ ଦେଖି ଆଶ୍ଚର୍ଯ୍ୟ ହେଲି। ଏଲିଟ୍ ସବସ୍କ୍ରିପସନ ସର୍ଭିସରେ ଏମାନେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଦାବି କରୁଛନ୍ତି ଯେ ଏହି ଆପରେ ଉପଭୋକ୍ତାମାନଙ୍କୁ ସଠିକ୍ ଜୀବନ ସାଥୀ ମିଳିବ ଏବଂ ଉପଭୋକ୍ତାମାନେ କେବଳ ଅସଲି ପ୍ରୋଫାଇଲଗୁଡ଼ିକ ଦେଖିପାରିବେ। କେମିତି ସେମାନେ ଏଭଳି ଦାବି କରିପାରୁଛନ୍ତି। ମୁଁ ଜମା ବି ମାଟ୍ରିମୋନି ବ୍ୟବହାର କରିନଥିବା ବେଳେ ଭୁଲ ତଥ୍ୟ ସହିତ ମୋର ଫଟୋ ଦେଇ ପ୍ରୋଫାଇଲ ତିଆରି କରାଯାଇଛି ଏବଂ ଏହି ପ୍ରୋଫାଇଲ ଏଲିଟ୍ ସବସ୍କ୍ରିପସନ ସର୍ଭିସ ଲିଷ୍ଟରେ ଆସୁଛି। ତେଣୁ ସାବଧାନ ହୋଇ ମାଟ୍ରିମୋନି ଆପ୍ ବ୍ୟବହାର କରନ୍ତୁ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/06/IdBAn1qnSYMq0Jn4sc7Q.jpg)