ଭର୍ତ୍ତୃହରି ମହତାବଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର

ନୂଆଦିଲ୍ଲୀ :  ବରିଷ୍ଠ ବିଜେଡି ସାଂସଦ ତଥା ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବଙ୍କୁ ୨୦୧୭ର ଶ୍ରେଷ୍ଠ ସାଂସଦ ପୁରସ୍କାର ପ୍ରଦାନ କରାଯାଇଛି।   ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହତାବଙ୍କ ସମେତ ୨୦୧୩ ପାଇଁ ନଜମା ହେପ୍‌ତୁଲ୍ଲା, ୨୦୧୪ ପାଇଁ ସାଂସଦ ହୁକୁମଦେବ ନାରାୟଣ ଯାଦବ, ୨୦୧୫ ପାଇଁ ରାଜ୍ୟସଭା ସଦସ୍ୟ ଗୁଲାମନବୀ ଆଜାଦ, ୨୦୧୬ ପାଇଁ ଲୋକସଭା ସାଂସଦ ଦିନେଶ ତ୍ରିବେଦୀଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ସମାରୋହରେ ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର