ନୂଆଦିଲ୍ଲୀ : ପିଲାଟି ଦିନରୁ ଡ୍ରାଇଭିଂକୁ ଭଲପାଉଥିଲେ। ଡ୍ରାଇଭିଂ ହିଁ ତାଙ୍କର ପସନ୍ଦ ଥିଲା। ବେଶ୍ ସେଚତନ ମଧ୍ୟ ଥିଲେ ସେ। କିନ୍ତୁ ଦୁର୍ଭାଗ୍ୟବଶତଃ ଆଜି ଭାବ୍ୟେ ସୁନେଜାଙ୍କ ମୃତ୍ୟୁ ହୋଇ ଯାଇଛି। ଇଣ୍ଡୋନେସିଆ ରାଜଧାନୀ ଜାକର୍ତାେର ଆଜି ସମୁଦ୍ର ମଧ୍ୟକୁ ଯେଉଁ ବିମାନଟି ଖସି ପଡ଼ି ୧୮୯ ଜଣଙ୍କ ମୃତ୍ୟୁ ହୋଇଛି ସେହି ବିମାନର ଉଡ଼ାଣ କରୁଥିଲେ ଭାରତୀୟ ପାଇଲଟ ଭାବ୍ୟେ ସୁନେଜା। ୩୧ ବର୍ଷୀୟ କ୍ୟାପଟେନ ଭାବ୍ୟେ ସୁନେଜାଙ୍କର ମୃତ୍ୟୁ ହୋଇଥିବା ନେଇ ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି। ଭାବ୍ୟେଙ୍କ ଘର ଦିଲ୍ଲୀରେ। ଜାକର୍ତାରେ ଭାବ୍ୟେ ପତ୍ନୀଙ୍କ ସହ ରହୁଥିଲେ। କିନ୍ତୁ ଦିଲ୍ଲୀରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ରହନ୍ତି। ଭାବ୍ୟେ ଆସନ୍ତା ନଭେମ୍ବର ୫ ତାରିଖରେ ଦିଲ୍ଲୀ ଆସିବାର ଯୋଜନା କରିଥିଲେ। ସାଙ୍ଗମାନଙ୍କୁ ପାର୍ଟି ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ। ଦୁଇଦିନ ତଳେ କର୍ବା ଚୌଥ୍ ଯାଇଥିବାବେଳେ ଭାବ୍ୟେଙ୍କ ପତ୍ନୀ ଗରିମା ସେଠୀ ପ୍ରଥମ ଥର ପାଇଁ ନିଜ ସ୍ବାମୀଙ୍କ ପାଇଁ ଶାଢ଼ି ପିନ୍ଧିଥିଲେ। ଉଭୟ ଭାବ୍ୟେ ଏବଂ ଗରିମା ମିଶି ଫେସବୁକ୍ରେ ଏହି ଫଟୋ ସେୟାର କରିଥିଲେ। କିନ୍ତୁୁ ଗରିମାଙ୍କ ସବୁ ଖୁସି ପାଣିରେ ମିଳେଇ ଯାଇଛି।
ଭାବ୍ୟେ ଦିଲ୍ଲୀର ଏକ ସ୍କୁଲ୍ରେ ପଢ଼ିଥିଲେ। ୨୦୧୧ ମସିହା ମାର୍ଚ୍ଚ ମାସରୁ ସେ ଲାୟନ୍ ଏୟାରରେ କାର୍ଯ୍ୟରତ ଥିଲେ। ସବୁବେଳେ ଡ୍ରାଇଭିଂଙ୍କୁ ଭଲପାଆନ୍ତି ଭାବ୍ୟେ। ଗାଡ଼ିରେ ବସିଥିବାବେଳେ ଅନ୍ୟ କାହାକୁ ବି ଗାଡ଼ି ଚଲାଇବାକୁ ନଦେଇ ନିଜେ ହିଁ ଗାଡ଼ି ଚଲାଇଥାନ୍ତି ବୋଲି ଭାବ୍ୟେଙ୍କ ସାଙ୍ଗମାନେ କହିଛନ୍ତି।