‘ମୋ ଶରୀର ବିକ୍ରି କରି ଦଲାଲ ରୋଜଗାର କରୁଛନ୍ତି କୋଟିକୋଟି ଟଙ୍କା, ଏବେ ଥକି ପଡ଼ିଲିଣି’! ଏପରି କହି ଉଦ୍ଧାର ପାଇଁ ଅନୁରୋଧ କଲେ ଯୁବତୀ

ନୂଆଦିଲ୍ଲୀ: ରାଜସ୍ଥାନର ଭିଲାୱାଡ଼ାରେ ଯୁବତୀମାନଙ୍କୁ କିଣାବିକା ମାମଲା ଥମିବାର ନାମ ନେଉନାହିଁ। ପୁଣିଥରେ ଦଲାଲ ହାତରେ ବିକ୍ରି ହୋଇଥିବା ଯୁବତୀ ନିଜ ସହିତ ଘଟିଥିବା ଯନ୍ତ୍ରଣାଦାୟକ ଘଟଣା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେତେବେଳେ ସେ ୧୦ବର୍ଷର ହୋଇଥିଲେ ତାଙ୍କୁ ବିକ୍ରି କରି ଦିଆଯାଇଥିଲା। ସେ ରାଜସ୍ଥାନ ସମେତ ଅନେକ ସ୍ଥାନକୁ ଯାଇ ଦେହବ୍ୟବସାୟ କରିଛନ୍ତି। ଦେହ ବିକ୍ରି କରି ଦଲାଲଙ୍କୁ କୋଟିକୋଟି ଟଙ୍କାର ଦେଇଛି। ଏବେ ଉକ୍ତ ପୀଡିତାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଦେଖିବା ପରେ ପୁଲିସ ଯାଞ୍ଚର ଆଦେଶ ଦେଇଛି।

ଦଲାଲ ଜାଲରେ ଫସିଥିବା ଯୁବତୀ ଭିଡିଓ ପୋଷ୍ଟ କରି କହିଛନ୍ତି, ‘ନମସ୍କାର, ମୁଁ ମୋ ଇଚ୍ଛାରୁ ଭିଡିଓ ତିଆରି କରୁଛି। ମୋତେ କୌଣସି ପ୍ରକାର ଜୋରଜବରଦସ୍ତି କରାଯାଇ ନାହିଁ କି, କୌଣସି ଚାପ ପକାଯାଇନାହିଁ। ମୁଁ ୧୦ବର୍ଷର ହୋଇଥିଲି, ସେତେବେଳେ ମାଧୋପୁରରେ ମୋତେ ବିକି ଦିଆଯାଇଥିଲା।

୧୧ବର୍ଷ ବୟସରେ ଜୋରଜବରଦସ୍ତ ମୋତେ ଦେହ ବ୍ୟବସାୟ ପାଇଁ କୁହାଯାଇଥିଲା। ଗୋଟିଏ ଦୁଇବର୍ଷ ପରେ ମୋତେ ୨୦ଲକ୍ଷ ଟଙ୍କାରେ ପୁଣି ଦଲାଲ ଅନ୍ୟ ଜଣଙ୍କୁ ବିକ୍ରି କରି ଦେଇଥିଲେ। ଏହାରି ଭିତରେ ମୁମ୍ବାଇ, ଜୟପୁର ଅନେକ ସ୍ଥାନକୁ ଯାଇଛି।

ମୋତେ ଯେଉଁଠାକୁ ପଠାଯାଉଥିଲା ସେଠାକୁ ଯାଉଥିଲି। କୋଟିକୋଟି ଟଙ୍କା ରୋଜଗାର କରି ଦଲାଲଙ୍କୁ ଦେଇଛି। ଅନେକ ଦିନ ହେବ ମୁଁ ସେମାନଙ୍କ ଅତ୍ୟାଚାର ସହି ଆସୁଛି। ଆଉ ପାରୁନାହିଁ ଥକି ପଡ଼ିଲିଣି। ଭୟରେ ମୁଁ ଗୋଟିଏ ସ୍ଥାନରେ ଲୁଚିକି ବସିଛି। ଦୟା କରନ୍ତୁ ମୋତେ ନ୍ୟାୟ ଦିଅନ୍ତୁ। ମୋର ଜୀବନ ତ ନଷ୍ଟ ହୋଇଯାଇଛି। ବାକି ଜୀବନ ମୁଁ ଶାନ୍ତିରେ ବଞ୍ଚିବାକୁ ଚାହେଁ।’

 

ସମ୍ବନ୍ଧିତ ଖବର