ଭୀମସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍

ନୂଆଦିଲ୍ଲୀ: ଭୀମସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ମିଳିଲା ଜାମିନ। ଚନ୍ଦ୍ରଶେଖରଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ଦିଲ୍ଲୀ ପୁଲିସ ଉପରେ ବର୍ଷିବା ପରେ ତିସ୍ ହଜାରୀ କୋର୍ଟ  ଚନ୍ଦ୍ରଶେଖରଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । ଜାମିନ ମଞ୍ଜୁର କରିବା ସହ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଚନ୍ଦ୍ରଶେଖର ଆଗମୀ ୪ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀରେ ରହି ପାରିବେ ନାହିଁ ବୋଲି କୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଘଟଣାକୁ ନେଇ ଚାର୍ଜସିଟ୍ ଦାଖଲ ନ ହେବା ପର୍ଯ୍ୟନ୍ତ ଚନ୍ଦ୍ରଶେଖର ପ୍ରତି ଶନିବାର ସହାରନପୁରର ଏସଏଚଓ ଅଫିସରେ ଯାଇ ହାଜର ହେବେ ବୋଲି ଆଦେଶ ଦେଇଛନ୍ତି।

भीम आर्मी चीफ चंद्रशेखर आजाद (Courtesy- PTI)
aajtak.intoday.in

ଉଲ୍ଲେଖଯୋଗ୍ୟ, ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଜାମା ମସଜିଦ୍‌ ନିକଟରେ ସିଏଏ ବିରୋଧରେ ଆନ୍ଦୋଳନ କରିଥିଲେ। ତାଙ୍କୁ ଦରିଆଗଞ୍ଜରୁ ଗିରଫ କରାଯାଇଥିଲା। ତେବେ କୋର୍ଟ ଆଜି ଆଜାଦଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ଆରମ୍ଭରୁ ଦିଲ୍ଲୀ ପୁଲିସ ଉପରେ ବିରକ୍ତ ହୋଇଥିଲେ। ଚନ୍ଦ୍ରଶେଖର ଆଜାଦଙ୍କ ବିରୋଧରେ କେଉଁ ଅଭିଯୋଗ ଅଛି ବୋଲି ବିଚାରପତି କାମିନି ଲଉ ପଚାରିବାରୁ ଦିଲ୍ଲୀ ପୁଲିସ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ଓକିଲ ଏଥିରେ ଅଜ୍ଞତା ପ୍ରକାଶ କରିଥି‌ଲେ। କୋର୍ଟ ଏଥିରେ ଖୁବ୍‌ ଆଶ୍ଚର୍ଯ୍ୟ ପ୍ରକଟ କରିବା ପରେ ସରକାରୀ ଓକିଲ ଆଜାଦଙ୍କ ସୋସିଆଲ ମିଡିଆ ପୋଷ୍ଟ୍‌କୁ ଦର୍ଶାଇ ସେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ ବୋଲି ଯୁକ୍ତି କରିଥିଲେ। ତେବେ ବିଚାରପତି ଆଜାଦଙ୍କ ‌ସୋସିଆଲ ମିଡିଆ ପୋଷ୍ଟ୍ ପଢ଼ିବା ପରେ ସେଥିରେ ସେ ଜାମା ମ‌ସଜିଦ୍‌ ନିକଟକୁ ଧାରଣା ପାଇଁ ଯାଉଥିବା କହିଥିଲେ। ପୋଷ୍ଟ ପଢ଼ିବା ପରେ ବିଚାରପତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଧାରଣା ଏବଂ ଆନ୍ଦୋଳନରେ ଭୁଲ୍‌ କ’ଣ? ଜଣେ ବ୍ୟକ୍ତିର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ସାମ୍ବିଧାନିକ ଅଧିକାର ରହିଛି। ଆଜାଦଙ୍କ ଦ୍ବାରା ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ କରାଯାଇଥିଲା ତାହା ଅସାମ୍ବିଧାନିକ ନୁହେଁ ବୋଲି ବିଚାରପତି କହିଥିଲେ। ଏହାକୁ ଦେଖି ଓକିଲ ଧାରା ୧୪୪ କଥା ଉଠାଇଥିଲେ। କିନ୍ତୁ ବିଚାରପତି ପୁଣିଥରେ କହିଥିଲେ ଯେ, ବାରମ୍ବାର ୧୪୪ର ବ୍ୟବହାର ହେଉଛି ଅପବ୍ୟବହାର। ଏହା ସୁପ୍ରିମକୋର୍ଟ କହି ସାରିଛନ୍ତି।

ସମ୍ବନ୍ଧିତ ଖବର