ନୂଆଦିଲ୍ଲୀ : ଏଲ୍ଗାର ପରିଷଦ-ଭୀମା କୋରେଗାଁ ହିଂସା ମାମଲାରେ ୮୩ ବର୍ଷୀୟ ଫାଦର ଷ୍ଟାନ୍ ସ୍ବାମୀଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଗିରଫ କରିଛି। ଗିରଫ ହେବା ପରେ ମୁମ୍ବାଇର ସ୍ବତନ୍ତ୍ର କୋର୍ଟ ଷ୍ଟାନ୍ ସ୍ବାମୀଙ୍କୁ ଆସନ୍ତା ଅକ୍ଟୋବର ୨୩ ଯାଏ ଜେଲ୍କୁ ପଠାଇ ଦେଇଛନ୍ତି। ସେହିଭଳି ଏନ୍ଆଇଏ ଏହି ମାମଲାରେ ଆଜି ସପ୍ଲିମେଣ୍ଟାରି ଚାର୍ଜସିଟ୍ ଦାଖଲ କରିଛି। ସୂଚନାଯୋଗ୍ୟ, ଗତ ୨୦୧୮ରେ ମହାରାଷ୍ଟ୍ରର କୋରେଗାଁ-ଭୀମାଠାରେ ହିଂସା ଘଟିଥିଲା। ଏହି ମାମଲାରେ ବହୁ ସାମାଜିକ କର୍ମୀ ଗିରଫ ହୋଇଥିବା ବେଳେ ଆଜି ଫାଦର ଷ୍ଟାନ୍ ସ୍ବାମୀଙ୍କୁ ଏନ୍ଆଇଏ ଗିରଫ କରିଛି। ତାଙ୍କୁ ଅକ୍ଟୋବର ୨୩ ଯାଏ ଜେଲ୍କୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଫାଦର ଷ୍ଟାନ୍ ସ୍ବାମୀ ଝାଡ଼ଖଣ୍ଡର ଆଦିବାସୀଙ୍କ ପାଇଁ କାର୍ଯ୍ୟ କରୁଥିଲେ। ଏନ୍ଆଇଏ ତାଙ୍କୁ ରାଞ୍ଚିରୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଛି। ସିପିଆଇ ମାଓବାଦୀ ସଂଗଠନ ସହ ଜଡ଼ିତ ଥିବା ନେଇ ଯଥେଷ୍ଟ ପ୍ରମାଣ ମିଳିବା ପରେ ଷ୍ଟାନ୍ ସ୍ବାମୀଙ୍କୁ ଗିରଫ କରାଯାଇଛି ବୋଲି ଏନ୍ଆଇଏ ପକ୍ଷରୁ କୁହାଯାଇଛି। ଷ୍ଟାନ୍ ସ୍ବାମୀଙ୍କୁ ଗିରଫ କରାଯିବା ସହ ତାଙ୍କ ଘରୁ ବିପୁଳ ପରିମାଣରେ ମାଓ ପତ୍ରିକା, ମାଓବାଦ ପ୍ରଚାର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜବତ କରାଯାଇଛି। ଏନ୍ଆଇଏ ତାଙ୍କୁ ୧୫ ଘଣ୍ଟା ଜେରା କରିବା ପରେ ଗିରଫ କରିଥିଲା। ଅପରପକ୍ଷେ, ତାଙ୍କ ଉପରେ ମାନସିକ ଚାପ ପକାଯାଉଛି ବୋଲି ଷ୍ଟାନ୍ ସ୍ବାମୀ ଗତ ସପ୍ତାହରେ ଅଭିଯୋଗ ଆଣିଥିଲେ।
ଭୀମା କୋରେଗାଁ ହିଂସା ମାମଲା : ୮୩ ବର୍ଷୀୟ ଫାଦର୍ ଷ୍ଟାନ୍ ସ୍ବାମୀ ଗିରଫ, ଏନ୍ଆଇଏର ଚାର୍ଜସିଟ୍ ଦାଖଲ
/sambad/media/post_attachments/wp-content/uploads/2020/10/father-stan-swamy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)