ଜାଣନ୍ତୁ, ପରୀକ୍ଷାରେ ପାସ୍‌ କରିବା ପାଇଁ ଖାତାରେ କ’ଣ ସବୁ ଲେଖିଲେ ଦଶମ ଏବଂ ଦ୍ୱାଦଶ ବୋର୍ଡ ଛାତ୍ରଛାତ୍ରୀ…

ଭିଣ୍ଡ(ମଧ୍ୟପ୍ରଦେଶ): ମାଧ୍ୟମିକ ଶିକ୍ଷା ପରିଷଦର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାର ଏବେ ଖାତା ଦେଖା ଚାଲୁ ରହିଛି । ହେଲେ, ଖାତା ଦେଖୁଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ ଖାତାରେ ଛାତ୍ରଛାତ୍ରୀମାନେ ଲେଖିଥିବା ଅଜବ ଲେଖା ସବୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ପରୀକ୍ଷାରେ ଅସଫଳ ହେବା ଡ଼ରରେ ପିଲାମାନେ କିଭଳି ସବୁ ଅଜବ କଥାସବୁ ଲେଖିଛନ୍ତି, ତାହା ସାମ୍ନାକୁ ଆସିବା ପରେ ଲୋକେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି । ଦ୍ୱାଦଶ ଶ୍ରେଣୀର ଅର୍ଥଶାସ୍ତ୍ର ଖାତାରେ ଜଣେ ଛାତ୍ରୀ; “ସାର୍‌, ଥରେ ଫେଲ୍‌ ହୋଇ ସାରିଛି । ଏଥର ପାସ୍‌ କରାଇ ଦିଅନ୍ତୁ । ନହେଲେ ମୋ ବିବାହ ଭାଙ୍ଗିଯିବ ଏବଂ ମୋତେ ଆତ୍ମହତ୍ୟା କରିବାକୁ ପଡ଼ିବ” ବୋଲି ଲେଖିଥିବା ବେଳେ ଦ୍ୱାଦଶ ଶ୍ରେଣୀର ବିଜ୍ଞାନ ପରୀକ୍ଷା ଖାତାରେ ଜଣେ ଛାତ୍ର ଚାକିରି ନ ମିଳିବା କଥା ଲେଖିଛନ୍ତି ।

toistudent.timesofindia.indiatimes.com

ବିଜ୍ଞାନ ଖାତାରେ ପାଠ ଲେଖିବା ପରିବର୍ତ୍ତେ, “ସାର୍‌, ମୁଁ ପାସ୍‌ ନହେଲେ ମୋତେ ଚାକିରି ମିଳିବ ନାହିଁ । ବାପା ବାଡ଼େଇବେ ଏବଂ ଦରକାର ପଡ଼ିଲେ ଘରୁ ବାହାର କରିଦେବେ । ସେଥିପାଇଁ ପାସ୍‌ କରାଇ ଦେବେ । ନ ହେଲେ ମୋ ଜୀବନ ବରବାଦ ହୋଇଯିବ” ବୋଲି ଲେଖିଥିଲେ । ଛାତ୍ର-ଛାତ୍ରୀମାନେ ପାଠ ନପଢ଼ି ଏଭଳି ନିବେଦନ କରିବା ଏବେ ଖାତା ଦେଖୁଥିବା ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର