ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବୈତୁଲରେ ସନାତନ ଧର୍ମର ପ୍ରଚାର କରୁଥିବା ଭୋଜପାଲି ବାବାଙ୍କୁ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ କରାଯାଇଛି।

Advertisment

ଏହି ନିମନ୍ତ୍ରଣ ପାଇବାପ‌ରେ ବାବା ଜୀବନର ସବୁଖୁସି ପାଇଯାଇଥିବା କହିଛନ୍ତି। ଭୋଜପାଲି ବାବା ୩୨ବର୍ଷ ପୂର୍ବେ ଅର୍ଥାତ ‌୨୧ବର୍ଷ ବୟସର ଥିବା ବେଳେ ଶ୍ରୀରାମମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଇ କହିଥିଲେ, ‘ଯେପର୍ଯ୍ୟନ୍ତ ଶ୍ରୀରାମମନ୍ଦିର ନିର୍ମାଣ ହେବନାହିଁ ସେ ପର୍ଯ୍ୟନ୍ତ ମୁଁ ଅବିବାହିତ ରହିବି।’

ଏମିତି କି ଶ୍ରୀରାମମନ୍ଦିର ନିର୍ମାଣ ପାଇଁ ଭୋଜପାଲି ବାବା ପରିବାର ତ୍ୟାଗ କରି ସନ୍ଥ ହୋଇଯାଇଥିଲେ। ସେବେଠାରୁ ସେ ସନାତନ ଧର୍ମର ପ୍ରଚାର କରିବା ସହିତ ସମାଜର ସେବା କରି ଆସୁଛନ୍ତି। ଏବେ ଭୋଜପାଲି ବାବାଙ୍କ ବୟସ ୫୧ବର୍ଷ । ତାଙ୍କୁ ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ କରାଯାଇଛି।  ଦୀର୍ଘ ବର୍ଷ ପରେ ସ୍ବପ୍ନ ପୂରା ହୋଇଛି। ଏହି ଖୁସିରେ ଭୋଜପାଲି ବାବା ଅଯୋଧ୍ୟା ଯିବାକୁ ପ୍ରସ୍ତୁତି ବି ଆରମ୍ଭ କରି ଦେଇଛନ୍ତି।

୫୦୦ ବର୍ଷ ପରେ ୨୦୨୪ ମସିହା ଜାନୁଆରି ୨୨ ସୋମବାର ପୌଷ ଶୁକ୍ଳ କୁର୍ମ ଦ୍ୱାଦଶୀର ପବିତ୍ର ତିଥିରେ ଅଯୋଧ୍ୟାରେ ନବନିର୍ମିତ ଭବ୍ୟ-ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା ହେବ ବୋଲି ଘୋଷଣା ହୋଇଛି। ଏହି ଘୋଷଣା ପରେ ଶହ ଶହ ବର୍ଷର ସ୍ୱପ୍ନ, ସଂଘର୍ଷ ଓ ସଂକଳ୍ପ ସାକାର ହେବ । ଅଗଣିତ ରାମଭକ୍ତଙ୍କ ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗ ସଫଳ ହେବ ବୋଲି କୁହାଯାଉଛି।