ଆରା: ଗତ ଗୁରୁବାର ଦିନ ଆରା ଜିଲ୍ଲାର ହେମନ୍ତପୁର ଗ୍ରାମରେ ଦୁଇଟି ଗାଡି ଉପରେ ଦୁର୍ବୁତ୍ତ ଆକ୍ରମଣ କରିଥିଲେ। ଗୋଟିଏ ପରିବାରର ଲୋକମାନେ ତିଲକ ସମାରୋହରୁ ଫେରୁଥିଲେ। ଏହି ସମୟରେ ହଠାତ୍ ଦୁର୍ବୁତ୍ତ ମାନେ ତାଙ୍କର ଦୁଇଟି ଗାଡି ଉପରକୁ ଗୁଳି ଚଳାଇ ଆକ୍ରମଣ କରିଥିଲା। ଯେଉଁଥିରେ ଡ୍ରାଇଭର ସ‌ନ୍ତୋଷ ସିଂଙ୍କ ପେଟରେ ଗୁଳି ବାଜିଥିଲା। ଗୁଳି ବାଜିବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ସେ ସତ୍ତ୍ବେ ବି ସେ କାରକୁ ନଅଟକାଇ ୫ କିଲୋମିଟର ପର୍ଯ୍ୟନ୍ତ ଗାଡି ଚଳାଇ ପରିବାର‌ଲୋକଙ୍କ ଜୀବନ ବଞ୍ଚାଇ ଦେଇଥିଲେ। 

Advertisment

ଗୁରୁତର ଅବସ୍ଥାରେ  ସନ୍ତୋଷ ସିଂଙ୍କୁ ଆରାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁର ଯୁଦ୍ଧ କରୁଛନ୍ତି।  

ଡାକ୍ତର କହିଛନ୍ତି ଯେ ଗୁଳି ଯୋଗୁଁ ସନ୍ତୋଷଙ୍କର ସମ୍ପୂର୍ଣ୍ଣ ଅନ୍ତନଳୀ ନଷ୍ଟ ହୋଇଯାଇଛି। ତାଙ୍କ ଅପରେସନ୍ କରାଯାଇଛି କିନ୍ତୁ ତାଙ୍କୁ ଅତି କମରେ ଏକ ସପ୍ତାହ ପର୍ଯ୍ୟନ୍ତ ନୀରିକ୍ଷଣରେ ରଖାଯିବ। 

ଏସଡିପିଓ କହିଛନ୍ତି, କେବଳ ସନ୍ତୋଷ ସିଂ ଥିବା କାର ଟାର୍ଗେଟ ନଥିଲା ବରଂ ତିଲକ ସମାରୋହରୁ ଫେରୁଥିବା କନଭେନରେ ଥିବା ଅନ୍ୟ ଦୁଇଟି ଗାଡିକୁ ମଧ୍ୟ ଦୁର୍ବୁତ୍ତ ଟାର୍ଗେଟ କରାଯାଇଥିଲା। ଏହା ପରେ ଡ୍ରାଇଭରକୁ ଗୁଳି କରାଯାଇଥିଲା।