ବିହାର: ବିହାର ଏବେ ଦୁଇଟି କାରଣ ପାଇଁ ଚର୍ଚ୍ଚାରେ ରହିଛି । ପ୍ରଥମଟି ହେଉଛି ନିର୍ବାଚନ ପାଇଁ ଦ୍ବିତୀୟ କାରଣଟି ହେଉଛି ଷ୍ଟାରରୁ ନେତା ବନିଥିବା ପବନ ସିଂହଙ୍କ ପାରିବାରିକ କଳି ପାଇଁ ।
ଭାରତୀୟ ଜାନତା ପାର୍ଟିର ନେତା ଏବଂ ଭୋଜପୁରୀ ସିନେମାର ପ୍ରସିଦ୍ଧ ଅଭିନେତା-ଗାୟକ ପବନ ସିଂହ ନିଜ ପତ୍ନୀ ଜ୍ୟୋତି ସିଂହ ଉପରେ ପାଞ୍ଚଟି ଗମ୍ଭୀର ଅଭିଯୋଗ କରି କହିଛନ୍ତି ‘ପତ୍ନୀ ମୋତେ ନିର୍ବାଚନ ଲଢ଼ିବାକୁ ବାଧା ଦେଉଛନ୍ତି ଏବଂ ଅସମ୍ଭବ ଦାବି କରୁଛନ୍ତି । ଯାହା ମୋ ରାଜନୈତିକ କ୍ୟାରିଅରକୁ ପ୍ରଭାବିତ କରୁଛି।’
ପବନଙ୍କ ଏହି ଅଭିଯୋଗ ପରେ ଜ୍ୟୋତି ମୁହଁ ଖୋଲି କହିଛନ୍ତି, ‘ଲୋକସଭା ନିର୍ବାଚନ ପୂର୍ବରୁ ମୋର ପବନଙ୍କ ସହ କୌଣସି ପ୍ରକାର ସମ୍ପର୍କ ନଥିଲା। କାରଣ ସେ ନିଜ ଆଡୁ ଛାଡ଼ପତ୍ର ଫାଇଲ କରିଥିଲେ। ତେଣୁ ମୁଁ ନିଜ ଆଡୁ ଚୁପ ହୋଇଯାଇଥିଲତି। କିନ୍ତୁ ଲୋକସଭା ନିର୍ବାଚନ ସମୟରେ ସେ ପୁଣି ମୋତେ ଡାକିଥିଲେ।
ପବନ ତ ମୋର କୌଣସି ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି। ତେଣୁ ମୁଁ ଜନତାଙ୍କୁ ଅନୁରୋଧ କରୁଛି। ସେମାନେ ମୋ ତରଫରୁ ତାଙ୍କୁ ପ୍ରଶ୍ନ କରିବେ କି, ‘ଯେତେବେଳେ ସେ ମୋତେ ଲୋକସଭା ନିର୍ବାଚନରେ ଡାକିଥିଲେ ସେତେବେଳେ କୋର୍ଟରେ କ’ଣ ମାମଲା ଚାଲି ନଥିଲା କି? ମୋ ମଥାରେ ଦ୍ବିତୀୟଥର ସିନ୍ଦୂର ଦେବା ସମୟରେ କୋର୍ଟରେ ମାମଲା ନଥିଲା କି? ସ୍ତ୍ରୀ ଭାବେ ମୋତେ ରଖିବା ସମୟରେ କୋର୍ଟରେ ମାମଲା ନଥିଲା କି?
କାହିଁକି ଲୋକସଭା ନିର୍ବାଚନ ପୂର୍ବରୁ ପବନ ସିଂହ ମୋତେ ତାଙ୍କ କୋଠାକୁ ନେଇ ଯାଇଥିଲେ? ନିର୍ବାଚନ ପରେ ପବନ କାହିଁକି ତାଙ୍କ ଘରେ ମୋତେ ୨୦ରୁ୨୫ଦିନ ରଖିଥିଲେ। ନିର୍ବାଚନ ପାଇଁ ମୋତେ ବ୍ୟବହାର କଲେ ନିର୍ବାଚନ ପରେ ତଡ଼ି ଦେଲେ। ଏହା ଜଣେ ମହିଳାଙ୍କ ପ୍ରତି କି ପ୍ରକାର ଅତ୍ୟାଚାର ଥରେ ଚିନ୍ତା କରି ଦେଖନ୍ତୁ।’