ବାରଣାସୀ : ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ଗତରାତିରେ ଏଠାକାର ଏକ ହୋଟେଲରେ ଆତ୍ମହତ୍ୟା କରିଛନ୍ତି। ୨୫ ବର୍ଷୀୟା ଅଭିନେତ୍ରୀ ହୋଟେଲ ରୁମ୍‌ରେ ମୃତ ଅବସ୍ଥାରେ ମିଳିଛନ୍ତି। ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ସେ ‌ଇନଷ୍ଟାଗ୍ରାମରେ ଲାଇଭ ଆସିଥିଲେ। ସେଥିରେ ସେ କୋହଭରା କାନ୍ଦ କାନ୍ଦୁଥିଲେ। ତେବେ ଉକ୍ତ କାନ୍ଦ ଓ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ସୋସିଆଲ ମିଡିଆରେ ଇନଷ୍ଟାଗ୍ରାମରେ ତାଙ୍କ କାନ୍ଦର ଭିଡ଼ିଓ ଭାଇରାଲ ହୋଇଛି।

Advertisment

ଆତ୍ମହତ୍ୟା ପୂର୍ବରୁ ସେ ତାଙ୍କ ଭୋଜପୁରୀ ଗୀତର ତାଳରେ ନାଚୁଥିବା ଏକ ଭିଡ଼ିଓ ସେୟାର କରିଥିଲେ। ତେବେ ଏକ ରିପୋର୍ଟ ଅନୁଯାୟୀ, ଆକାଂକ୍ଷା ୨୦୧୮ ମସିହାରୁ ଡିପ୍ରେସନରେ ପୀଡ଼ିତ ଥିଲେ। ଏଥିପାଇଁ ସେ ତାଙ୍କ ପେସାରୁ କିଛିଦିନ ଅବ୍ୟାହତି ନେଇଥିଲେ। ପେସାକୁ ଫେରିବା ପରେ ତାଙ୍କ ମା’ ତାଙ୍କୁ ଜୀବନର ଅନ୍ଧକାର ପର୍ଯ୍ୟାୟରୁ ବାହାରିବାରେ ସାହାଯ୍ୟ କରିଥିଲେ ବୋଲି କହିଥିଲେ। ଭୋଜପୁରୀ ସିନେମାରେ ଆକାଂକ୍ଷାଙ୍କର ବିଶେଷ ଲୋକପ୍ରିୟତା ରହିଛି। ୧୭ ବର୍ଷ ବୟସରେ ସେ ଅଭିନୟ ଜଗତରେ ପାଦ ଥାପିଥିଲେ। ‘ମେରି ଜଙ୍ଗ୍ ମେରା ଫୈସଲା’ ତାଙ୍କର ପ୍ରଥମ ସିନେମା ଥିଲା।