ପାଟନା: ଖ୍ୟାତନାମା ଭୋଜପୁରୀ ଗାୟିକା ନିଶା ଉପାଧ୍ୟାୟଙ୍କୁ ଆଜି ଏକ ଲାଇଭ୍ ସୋ’ରେ ଗୁଳି ବାଜିଛି। ବିହାରର ସାରଣ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଏହି ଗୁଳିକାଣ୍ଡ ଘଟିଛି । ନିଶା ଷ୍ଟେଜ୍ରେ ସଂଗୀତ ପରିବେଷଣ କରୁଥିବା ସମୟରେ ଅଚାନକ କେହି ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲା। ଗୋଟିଏ ଗୁଳି ନିଶାଙ୍କୁ ବାଜିଥିବା ବେଳେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ଅସ୍ତ୍ରୋପଚାର ଦ୍ବାରା ନିଶାଙ୍କ ପେଟରେ ବାଜିଥିବା ଗୁଳି ବାହାର କରାଯାଇଛି ଏବଂ ସେ ସଂପୂର୍ଣ୍ଣ ବିପଦମୁକ୍ତ ଥିବା ଜଣାପଡ଼ିଛି। ଗୁଳି ଚଳାଇଥିବା ବ୍ୟକ୍ତିକୁ ଠାବ କରିବା ପାଇଁ ପୁଲିସ ତନାଘନା ଚଳାଇଛି।