ନୂଆଦିଲ୍ଲୀ: ସାମ୍ନାକୁ ଆସୁଛି ଅପରେସନ ସିନ୍ଦୂର ପରେ ପାକିସ୍ତାନରେ ହୋଇଥିବା କ୍ଷୟକ୍ଷତିର ଗୋଟେ ପରେ ଗୋଟେ ଚିତ୍ର । ଭାରତୀୟ ସେନାର ପ୍ରଚଣ୍ଡ ଆକ୍ରମଣରେ ଛାରଖାର ହୋଇଛି ପାକିସ୍ତାନର ଭୋଲାରୀ ଏୟାରବେସ୍ । ଅପରେସନ ସିନ୍ଦୂର ବେଳେ ଭାରତ ପକ୍ଷରୁ ୧୨ରୁ ଅଧିକ ପାକିସ୍ତାନୀ ଏୟାର ବେସ୍ ଉପରେ ଆକ୍ରମଣ ହୋଇଥିବା ବେଳେ ଏବେ ଭୋଲାରୀ ଏୟାରବେସର କ୍ଷତିଗ୍ରସ୍ତ ଦୃଶ୍ୟ ସାମ୍ନାକୁ ଆସିଛି । 

Advertisment

ଭୋଲାରୀ ଏୟାରବେସର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଆକ୍ରମଣ କରାଯାଇଥିବା ବେଳେ ସେଠାରେ ୪ଟି ଲଢୁଆ ବିମାନ ସହ ଅନେକ ଯୁଦ୍ଧାସ୍ତ୍ର ଥିଲା । ବ୍ରହ୍ମୋସ୍ ମିସାଇଲ୍ ଦ୍ବାରା ଏହି ଆକ୍ରମଣ କରାଯାଇଥିବା ବେଳେ ଭୋଲାରୀ ଏୟାରବେସର ଭୟଙ୍କର କ୍ଷୟକ୍ଷତି ହୋଇଛି ।

କୁହାଯାଉଛି ୬ ଜଣ ପାକିସ୍ତାନୀ ବାୟୁସେନାର ଯବାନ ମଧ୍ଯ ଏଥିରେ ପ୍ରାଣ ହରାଇଛନ୍ତି । ଭୋଲାରୀ ଏୟାରବେସ ପାକିସ୍ତାନର ସବୁଠାରୁ ଉନ୍ନତମାନର ଯୁଦ୍ଧବିମାନ ସୁରକ୍ଷିତ ରହୁଥିବା ସ୍ଥାନ ହୋଇଥିବା ବେଳେ ପାକିସ୍ତାନକୁ ପାନେ ଦେବାକୁ ଭାରତ ପାକିସ୍ତାନ ଛାତିରେ ପଶି ପାକିସ୍ତାନର ଏୟାରବେସକୁ ଛାରଖାର କରିଛି । ଯାହାର ସାଟେଲାଇଟ୍ ଚିତ୍ର ସାମ୍ନାକୁ ଆସିଛି ।

ଅପରେସନ୍‌ ସିନ୍ଦୂର ଜରିଆରେ ଭାରତ ପାକିସ୍ତାନରେ କେବଳ ଆଡ୍ଡା ଜମାଇଥିବା ଆତଙ୍କବାଦୀଙ୍କ ଠିକଣା ଧ୍ବଂସ କରିନି ବରଂ ଭୋଲାରୀ ଏୟାରବେସ୍ ପରି ଅନେକ ଏୟାରବେସକୁ ମଧ୍ୟ ମାଟିରେ ମିଶାଇଛି । ପାକ୍‌ ସେନାର ମେରୁଦଣ୍ଡ କୁହାଯାଉଥିବା ନୁରଖାନ ଓ ମୁରିଦ ଏୟାରବେସ୍‌କୁ ଧ୍ବଂସ କରିଛି ଭାରତ । ପୂର୍ବରୁ ଭିଡିଓ ଜାରି ହୋଇଥିବା ବେଳେ ଏବେ ସାମ୍ନାକୁ ଆସିଛି ସାଟେଲାଇଟ୍‌ ଫଟୋ । ରାୱଲପିଣ୍ଡିରେ ଥିବା ନୁରଖାନ ଏୟାରବେସ୍‌ର ଧ୍ବଂସ ଚିତ୍ର ସାମ୍ନାକୁ ଆସିଛି । 

ଅଧିକ ପଢନ୍ତୁ-

ଧାନ ଏମଏସପି ୬୯ ଟଙ୍କା ବଢିଲା, କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି

ପାକ୍‌ ସେନା ମୁଖ୍ୟାଳୟଠୁ କେବଳ ୧୦ କିଲୋମିଟର ଦୂରରେ ରହିଥିବା ଏହି ଏୟାରବେସରେ ତାଣ୍ଡବ ରଚିଥିଲା ଭାରତ । ଯେଉଁଠି ପାକ୍‌ ସେନା ପ୍ରତିରକ୍ଷା ଉପକରଣ, ଯୁଦ୍ଧାସ୍ତ୍ର, ଯୁଦ୍ଧ ବିମାନ ଠୁଳ କରିଥିଲା । ତେବେ ଆକ୍ରମଣରେ ପାକିସ୍ତାନ ଭାରିମାତ୍ରାର କ୍ଷତି ସହିଥିବା ବେଳେ ଭୋଲାରୀ ଏୟାରବେସରେ ଭୟଙ୍କର କ୍ଷତି ହୋଇଥିବା ମାନିଛନ୍ତି ପାକିସ୍ତାନ ସିନ୍ଧର ମୁଖ୍ୟମନ୍ତ୍ରୀ ।