ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଦ୍ରୁତଗାମୀ କାର୍ କେନାଲରେ ଖସି ପଡ଼ିବାରୁ କାର୍‌ରେ ଯାତ୍ରା କରୁଥିବା ଏୟାର ହୋଷ୍ଟେସଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଘଟିବା ସମୟରେ ମୃତକ ୨୧ ବର୍ଷୀୟା ଏୟାର ହୋଷ୍ଟେସ ତାଙ୍କ ବନ୍ଧୁମାନଙ୍କ ସହ ବୁଲିବାକୁ ଯାଇଥିଲେ। ଏହି ଘଟଣା ପରେ, ପୁଲିସ ଗାଡି ଚଳାଉଥିବା ବନ୍ଧୁଙ୍କ ବିରୋଧରେ ଗାଡ଼ି ଚଳାଇବାରେ ଅବହେଳା କରିଥିବା ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

କୋଲାର ପୁଲିସ ଅନୁଯାୟୀ, ୨୧ବର୍ଷୀୟା ହର୍ଷିତା ଜଣେ ଏୟାର ହୋଷ୍ଟେସ ଥିଲେ। ଗୁରୁବାର ବିଳମ୍ବିତ ରାତିରେ, ହର୍ଷିତା ତାଙ୍କ ବନ୍ଧୁ ଜୟ ଏବଂ ସୁଜଲଙ୍କ ସହ ବୁଲିବାକୁ ଯାଇଥିଲେ। କୋଲାର ସିକ୍ସ ଲେନର ହୋଲି କ୍ରସ୍ ସ୍କୁଲ୍ ନିକଟରେ ହଠାତ୍ ଗୋଟିଏ ଗାଈ ତାଙ୍କ ଗାଡ଼ି ଆଗକୁ ଚାଲି ଆସିଥିଲା। ଏହି ସମୟରେ କାର୍‌ଟି ଦ୍ରୁତ ଗତିରେ ଥିବାରୁ କାର ଚଳାଉଥିବା ଜୟ ନିୟନ୍ତ୍ରଣ ହରାଇଥିଲେ। ଏହା ପରେ କାର୍‌ଟି ରାସ୍ତା ପାର୍ଶ୍ବରେ ଥିବା କେନାଲରେ ଯାଇ ପଡ଼ିଥିଲା। ଦୁର୍ଘଟଣା ପରେ ଜୟ ଓ ସୁଜଲ ଗାଡ଼ି ବାହାରି ହର୍ଷତାଙ୍କୁ ବାହାର କରିଥିଲେ। ତୁରନ୍ତ ହର୍ଷିତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।