ଭୋପାଳ: ୧୮୦୦ କୋଟି ଟଙ୍କାର ଡ୍ରଗ୍ସ ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ପ୍ରେମସୁଖ ପଟିଦାର ଶୁକ୍ରବାର ମଣ୍ଡାସୋରରେ ନିଜ ଗୋଡ଼ରେ ଗୁଳି ମାରିବା ପରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ପ୍ରେମସୁଖ ପଟିଦାର ଡ୍ରଗ୍ସ ଚୋରା ଚାଲାଣର ମୁଖ୍ୟ ଅଭିଯୁକ୍ତ ହରିଶ ଅଞ୍ଜନାଙ୍କ ସହଯୋଗୀ ବୋଲି କୁହାଯାଉଛି। ପ୍ରେମସୁଖ ହେଉଛନ୍ତି ରାକେଶ ପଟିଦାରଙ୍କ ଭିଣୋଇ, ଯିଏ କି ୨୦୨୩ରେ ସୁୱାସରା ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିଲେ।
ସୂଚନା ଅନୁଯାୟୀ, ପ୍ରେମସୁଖ ପଟିଦାର ନିଜେ ଥାନା ପରିସରରେ ପହଞ୍ଚି ନିଜ ଗୋଡ଼ରେ ଗୁଳି ଚଳାଇଥିଲେ। ପୁଲିସ ଗିରଫ କରିଥିବା ପ୍ରେମ ସୁଖଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା। ମନ୍ଦସୌର ଏସପି ଅଭିଷେକ ଆନନ୍ଦ କହିଛନ୍ତି ଯେ ୧୮୧୪ କୋଟି ଟଙ୍କାର ଡ୍ରଗ୍ସ ଚୋରା ଚାଲାଣ ଅଭିଯୋଗରେ ହରିଶ ଅଞ୍ଜନାଙ୍କ ସହଯୋଗୀ ପଟିଦାରଙ୍କୁ ଏନସିବି ଏବଂ ଏଟିଏସ ଗୁଜରାଟ ସମେତ ଅନ୍ୟ ଏଜେନ୍ସି ଖୋଜୁଥିଲେ। ଅଭିଯୁକ୍ତ ହରିଶ ଅଞ୍ଜନାଙ୍କ ସହଯୋଗୀ ପ୍ରେମ ସୁଖ ପଟିଦାର ଅଫଜଲପୁର ଥାନା ପରିସରରେ ପହଞ୍ଚିଥିଲେ। ସେ ନିଜ ଗୋଡ଼ରେ ଗୁଳି ମାରିଥିଲେ। ପ୍ରେମ ସୁଖ ହରିଶ ଅଞ୍ଜନାଙ୍କଠାରୁ ଡ୍ରଗ୍ସ ନେଇ ସାରା ଦେଶରେ ଯୋଗାଉଥିଲେ। ଏ ନେଇ ସମ୍ପୃକ୍ତ ତଦନ୍ତକାରୀ ସଂସ୍ଥାକୁ ସୂଚନା ଦିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)