ଭୋପାଳ: ବିଗିଡିଲା ମଧ୍ୟପ୍ରଦେଶର ଭୋପାଳରୁ ବିଜେପି ସାଂସଦ ଥିବା ସାଧ୍ବୀ ପ୍ରଜ୍ଞା ସିଂ ଠାକୁରଙ୍କ ସ୍ୱାସ୍ଥ୍ୟାବସ୍ଥା। ହଠାତ ସ୍ବାସ୍ଥ୍ୟାବସ୍ଥାରେ ସମସ୍ୟା ଦେଖାଯିବାରୁ ପ୍ରଜ୍ଞା ସିଂ ଠାକୁରଙ୍କୁ ବିମାନ ଯୋଗେ ଚିକିତ୍ସା ପାଇଁ ମୁମ୍ବାଇ ନିଆଯାଇଛି। ବିଜେପି ସାଂସଦଙ୍କ କାର୍ଯ୍ୟାଳୟ ଅନୁଯାୟୀ, ପ୍ରଜ୍ଞା ଠାକୁରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଏହା ପରେ ତାଙ୍କୁ ମୁମ୍ବାଇସ୍ଥିତ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ମାସରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ିବାରୁ ବିଜେପି ସାଂସଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ କିଛି ଦିନ ହେବ ସେ ନିରନ୍ତର ବୈଠକ କରୁଥିଲେ। ଆଜି ମଧ୍ୟ ତାଙ୍କୁ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଦିଶା କମିଟିର ବୈଠକରେ ଯୋଗଦେବାର ଥିଲା। କିନ୍ତୁ ଏହାପୂର୍ବରୁ ତାଙ୍କ ଅବସ୍ଥା ବିଗିଡି ଯାଇଥିବା ଜଣାପଡ଼ିଛି।
Madhya Pradesh: Bhopal MP Pragya Singh Thakur taken to Mumbai after she complained of problem in breathing, will be admitted to Kokilaben hospital, according to the MP’s office pic.twitter.com/D6PTlkjeAL
— ANI (@ANI) March 6, 2021
ଉଲ୍ଲେଖଯୋଗ୍ୟ, ସାଂସଦ ପ୍ରଜ୍ଞା ଠାକୁର ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀର ଏମ୍ସରେ ଭର୍ତ୍ତି ହୋଇଥିଲେ। ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବା ସହ ରକ୍ତଚାପ ବଢ଼ିଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କେବଳ ଏତିକି ନୁହେଁ, ଗତ ବର୍ଷ ଜୁନ୍ ମାସରେ ଏକ କାର୍ଯ୍ୟକ୍ରମ ସମୟରେ ପ୍ରଜ୍ଞା ଠାକୁରଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। କାର୍ଯ୍ୟକ୍ରମ ସମୟରେ ସେ ହଠାତ୍ ଚେତାଶୂନ୍ୟ ହୋଇପଡ଼ିଥିଲେ।