ଭୋପାଳ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସୁଶୀଲଙ୍କ ପୁଅ ଅଷ୍ଟିନ ଲୋମଟାଙ୍କୁରା ଘଟଣାକୁ ବଖାଣିଛନ୍ତି।
ଅଷ୍ଟିନ ସେ ଭୟାବହ ଘଟଣାକୁ ବଖାଣି କହିଛନ୍ତି, 'ଆକ୍ରମଣକାରୀମାନେ ସମସ୍ତଙ୍କୁ ପଚାରୁଥିଲେ ଯେ ସେମାନେ ମୁସଲମାନ କି ନାହିଁ।' ଏହି ସମୟରେ ଯଦି କେହି କହୁଥିଲେ ଯେ ହଁ ମୁଁ ମୁସଲମାନ, ତେବେ ସେମାନେ କଲମା ପାଠ କରାଉଥିଲେ। କେବଳ ଏତିକି ନୁହେଁ କିଛି ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ପ୍ୟାଣ୍ଟ ଖୋଲି ଗୁପ୍ତାଙ୍ଗ ବି ଯାଞ୍ଚ କରିଥିଲେ।
ମୋ ଆଖି ସାମ୍ନାରେ ଆତଙ୍କବାଦୀମାନେ ୬ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ ଏଥିରେ ମୋ ବାପା ବି ସାମିଲ ଥିଲେ। ହତ୍ୟା କରିଥିବା ୪ଜଣ ଆତଙ୍କବାଦୀଙ୍କ ବୟସ ୧୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ମୋ ବାପା ସୁଶୀଲଙ୍କୁ ବି ଆତଙ୍କବାଦୀମାନେ କଲମା ପାଠ କରାଇଥିଲେ।
ଭୋପାଳର ଟ୍ରାଭେଲ୍ ପ୍ଲାନେଟ୍ ଟୁର୍ସ ଆଣ୍ଡ୍ ଟ୍ରାଭେଲ୍ ଏଜେନ୍ସିର ନିର୍ଦ୍ଦେଶକ ପୁନିତ ମାହେଶ୍ୱରୀ କହିଛନ୍ତି, ଏହି ଘଟଣାପରେ ପର୍ଯ୍ୟଟକମାନେ ସେମାନଙ୍କ ଯାତ୍ରାକୁ ବାତିଲ କରିଛନ୍ତି। ଯେଉଁମାନେ ମେ-ଜୁନ୍ ପାଇଁ ପୂର୍ବରୁ ବୁକିଂ କରିଥିଲେ, ସେମାନେ ମଧ୍ୟ ତାଙ୍କ ଯାତ୍ରାକୁ ବାତିଲ କରିବାକୁ ଚାହୁଁଛନ୍ତି। ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି। ମାନବିକତା ଦୃଷ୍ଟିରୁ ଆମେ ପର୍ଯ୍ୟଟକଙ୍କ ଠାରୁ କୌଣସି ପ୍ରକାର ବାତିଲ ଶୁଳ୍କ ନନେଇ ସେମାନଙ୍କ ବୁକିଂକୁ ବାତିଲ କରି ଦେଉଛୁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/24/OrXG8R9lOkpXn4dRDmjT.jpg)