ପୋଷ୍ଟର ରାଜନୀତି : ପୁଣିଥରେ ରାମ ଅବତାରରେ ରାହୁଲ ଗାନ୍ଧୀ !

ଭୋପାଳ : ଜାତୀୟ ରାଜନୀତିରେ ଏବେ ଚାଲିଛି ପୋଷ୍ଟର ରାଜନୀତି । କେତେବେଳେ ପ୍ରିୟଙ୍କା ଗାନ୍ଧିଙ୍କୁ ଦେବୀ ଦୁର୍ଗାଙ୍କ ବେଶରେ ତ କେତେବେଳେ ରାହୁଲଙ୍କୁ କୃଷ୍ଣ ଭଗବାନଙ୍କ ରୂପରେ ଦେଖିବାକୁ ମିଳିଛି । ତେବେ ପୁଣିଥରେ ରାମ ଅବତାରରେ ଦେଖିବାକୁ ମିଳିଛି ରାହୁଲ ଗାନ୍ଧୀଙ୍କୁ । ପାଟନା ପରେ ଏବେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କଂଗ୍ରେସ ଅଧ୍ୟକ୍ଷଙ୍କ ରାମରୂପୀ ପୋଷ୍ଟର ଦେଖିବାକୁ ମିଳିଛି । ତେବେ ଏଥିରୁ ମଧ୍ୟ ବାଦ୍ ପଡ଼ିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପୋଷ୍ଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାବଣ ଭାବେ ଚିତ୍ରଣ କରାଯାଇଛି । ରାହୁଲ୍ ଗାନ୍ଧୀ ରାମ ମନ୍ଦିର ନିର୍ମାଣ କରିବେ ବୋଲି ଏହି ପୋଷ୍ଟରରେ ଦାବି କରାଯାଇଛି ।

ରାହୁଲ ଏହି ପୋଷ୍ଟରରେ ରାମଙ୍କ ଭଳି ଧନୁତୀର ଧାରଣ କରିଥିବା ବେଳେ ଦଶମୁଣ୍ଡିଆ ରାବଣର ରୂପରେ ଥିବା ମୋଦିଙ୍କ ଆଡ଼କୁ ରାହୁଲ୍ ଲକ୍ଷ୍ୟଭେଦ କରିବାକୁ ଉଦ୍ୟମ କରୁଛନ୍ତି । କେ‌ବଳ ଏତିକି ନୁହେଁ ପୋଷ୍ଟରରେ ବିଜେପି ଉଦ୍ଦେଶ୍ୟରେ ଲେଖାଯାଇଛି, ଚୌକିଦାର୍ ଚୋର୍ ହୈ । ରାହୁଲ ସର୍ବସମ୍ମତି କ୍ରମେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ଏଥିରେ କୁହାଯାଇଛି ।

ସମ୍ବନ୍ଧିତ ଖବର