ଭୋପାଳରୁ ବିଶାଖାପାଟଣା : ୫ଟି ଚର୍ଚ୍ଚିତ ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣା

୧୯୮୪ ଭୋପାଳ ଗ୍ୟାସ୍ ଲିକ୍

୧୯୮୪ ମସିହା ଡିସେମ୍ବର ୨-୩ ତାରିଖ ରାତି ଭୋପାଳବାସୀଙ୍କ ପାଇଁ ଥିଲା ଏକ କାଳ ରାତି। ୟୁନିୟନ କାର୍ବାଇଡ୍ ଇଣ୍ଡିଆ ଲିମିଟେଡ୍‌ ନାମକ ଏକ କାରଖାନାରୁ ମିଥାଇଲ୍‌ ଆଇସୋସାଇନେଟ୍‌ ନାମକ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା। ଏଥିରେ ଅତି କମ୍‌ରେ ୩୭୮୭ ଜଣ ମୃତ୍ୟୁବରଣ କରିଥିଲେ ଏବଂ ଲକ୍ଷାଧିକ ଲୋକ ପଙ୍ଗୁ ହୋଇଯାଇଥିଲେ।

୨୦୧୧ ପୁନେ ଗ୍ୟାସ୍ ଲିକ୍‌
ମହାରାଷ୍ଟ୍ରର ପୁନେ ନିକଟ ପିମ୍ପ୍ରି ଚିଞ୍ଚୱାଡ଼୍‌ଠାରେ ୨୦୧୧ ମସିହାରେ ଏକ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟରୁ ବିଷାକ୍ତ କ୍ଲୋରିନ୍ ଗ୍ୟାସ୍ ନିର୍ଗତ ହୋଇଥିଲା। ଏଥିରେ ପ୍ରାୟ ୨୦ ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ।

୨୦୧୪ ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟ୍ ଗ୍ୟାସ୍ ଲିକ୍‌
୨୦୧୪ ମସିହାରେ ଛତିଶଗଡ଼ର ଦୁର୍ଗ ସ୍ଥିତ ଭିଲାଇ ଇସ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା। ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଥିଲେ।

୨୦୧୮ ରତ୍ନଗିରି ଗ୍ୟାସ୍‌ ଲିକ୍‌
ମହାରାଷ୍ଟ୍ରର ରତ୍ନଗିରିଠାରେ ଏକ କାରଖାନାରୁ ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ‌ଉକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ପ୍ରାୟ ୧୪ ଜଣ ବ୍ୟକ୍ତି ଅସୁସ୍ଥ ହୋଇ ପଡ଼ିଥିଲେ।

୨୦୧୯ ପୁନେ କେମିକାଲ୍‌ ଲିକ୍‌
ମହାରାଷ୍ଟ୍ରର ପୁନେ ନିକଟ ନିରା-ନିମ୍ବୁତ୍‌ ଠାରେ ଏକ କାରଖାନାର ଟାଙ୍କିରୁ ରାସାୟନିକ ସାମଗ୍ରୀ ଲିକ୍ ହେବା ଦ୍ବାରା ୨୧ ଜଣ ବ୍ୟକ୍ତ ଅସୁସ୍ଥ ହୋଇ ପଡ଼ିଥିଲେ।

ସମ୍ବନ୍ଧିତ ଖବର