ନେପାଳରେ ମାଛିନ୍ଦ୍ରନାଥଙ୍କ ରଥଯାତ୍ରା ସମ୍ପନ୍ନ

ଲଳିତପୁର: ନେପାଳରେ ସମାପ୍ତ ହୋଇଛି ରାତୋ ମାଛିନ୍ଦ୍ରନାଥଙ୍କ ରଥଯାତ୍ରା ଉତ୍ସବ | ଭୋତୋ ଯାତ୍ରା ଅବସରରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା | ଏହି ଯାତ୍ରାକୁ ବିଶେଷ କରି ବୌଦ୍ଧ ସମ୍ପ୍ରଦାୟର ଲୋକ ପାଳନ କରିଥାନ୍ତି | ମାସ ଶେଷରେ ଏହି ଯାତ୍ରା ପାଳନ କରାଯାଇଥାଏ |

ବିଭିନ୍ନ ଅଳଙ୍କାରରେ ସୁସଜ୍ଜିତ ଏକ ବଡ ରଥ ଆକୃତିର ପଟୁଆର ସହରର ମଧ୍ୟସ୍ଥଳରେ ରହିଥାଏ | ବହୁ ସଂଖ୍ୟାରେ ଲୋକ ଏହାକୁ ଦେଖିବାକୁ ଆସିଥାନ୍ତି | ଏହି ରଥ ଆକୃତିର ପଟୁଆରକୁ ଭୋତୋ ବୋଲି କୁହାଯାଇଥାଏ |

ତେବେ ପୂର୍ବରୁ ଏହାକୁ କେବଳ ବୌଦ୍ଧ ସମ୍ପ୍ରଦାୟର ଲୋକ ପାଳନ କରୁଥିବାବେଳେ ଏବେ ହିନ୍ଦୁଙ୍କର ନେବାର ସମ୍ପ୍ରଦାୟ ମଧ୍ୟ ଏହି ଉତ୍ସବରେ ନିଜକୁ ସାମିଲ କରୁଛନ୍ତି | ନେପାଳର ଏକ ପ୍ରମୁଖ ଉତ୍ସବ ଭାବେ ଏହାକୁ ସମସ୍ତେ ମାନନ୍ତି | ରବିବାର ଏହି ପର୍ବର ଶେଷ ଦିନ ଥିବାବେଳେ ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଯୋଗ ଦେଇଥିଲେ |

ସମ୍ବନ୍ଧିତ ଖବର