ପର୍ଣ୍ଣ ସାଇଟ୍‌ ବ୍ଲକ୍‌ କରି ଭଜନ ବଜାଇବ ବିଏଚ୍‌ୟୁ ଆପ୍‌

ବାରାଣସୀ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ର ଜଣେ ନ୍ୟୁରୋଲୋଜିଷ୍ଟ୍‍ ଏବଂ ତାଙ୍କ ଦଳ ଅବାଞ୍ଛିତ ସାଇଟ୍‌ ବିଶେଷକରି ପର୍ଣ୍ଣ୍‍ ସାଇଟ୍‌ ସବୁକୁ ବ୍ଲକ୍‌ କରାଇବାକୁ ଗୋଟାଏ ଆପ୍ଲିକେସନ ବିକଶିତ କରିଛନ୍ତି।

‘ହର ହର ମହାଦେବ’ ନାମିତ ଏହି ଆପ୍ଲିକେସନ୍‌ ଓ୍ଵାର୍ଲଡ୍‌ ଓ୍ଵାଇଡ୍‌ େଓ୍ଵବ୍‌ରେ ପ୍ରସାରିତ ପର୍ଣ୍ଣୋଗ୍ରାଫି, ହିଂସା ଏବଂ ଅଶାଳୀନ ବିଷୟବସ୍ତୁ ଥିବା ସାଇଟ୍‌ଗୁଡ଼ିକୁ ବ୍ଲକ୍‌ କରିବା ପାଇଁ ନିର୍ମାଣ କରାଯାଇଛି।

ଡାଉନ୍‌ଲୋଡ୍‌ ହୋଇ ରେଜିଷ୍ଟ୍ରି ହେବା ପରେ ବ୍ୟବହାରକାରୀ କୌଣସି ଆପତ୍ତିଜନକ ସାଇଟ୍‌ ଖୋଲିବାକୁ ଉଦ୍ୟମ କଲେ ଆପ୍‌ ଭକ୍ତି ସଙ୍ଗୀତ ବଜାଇବ। ପ୍ରାପ୍ତବୟସ୍କ ଏବଂ ଆପତ୍ତିଜନକ ସାଇଟ୍‌ ଖୋଲିଯିବାର ଭୟ ନ ରଖି ଜଣେ ନିରାପଦ୍‌ ଭାବେ ସର୍ଫ କରିବାକୁ ଆମେ ସେ େଓ୍ଵବ୍‌ସାଇଟ୍‌ ବ୍ଲକର୍‌ ଏବଂ ଇଣ୍ଟର୍‌ନେଟ୍‌ ଫିଲ୍‌ଟର୍‌ ସର୍ଭିସ ବିକଶିତ କରିଛୁ ବୋଲି ନ୍ୟୁରୋଲୋଜି ବିଭାଗର ଡାକ୍ତର ବିଜୟ ନାଥ ମିଶ୍ର କହିଛନ୍ତି।

ହର ହର ମହାଦେବ ଆପ୍‌ ତିଆରି ହେବାକୁ ୬ ମାସ ସମୟ ଲାଗିଛି ଏବଂ ତାହା ୩, ୮୦୦ଟି ଚିହ୍ନିତ ସାଇଟ୍‌କୁ ବ୍ଲକ୍‌ କରି ପାରିବ।

ଦୈନିକ ଆହୁରି ଅବାଞ୍ଛିତ ସାଇଟ୍‌ ବଢ଼ି ଚାଲୁଥିବାରୁ ଆମେ ଏହାକୁ ଆହୁରି ଅପ୍‌ଡେଟ୍‌ କରିବୁ ବୋଲି ମିଶ୍ର କହିଛନ୍ତି।
ଭକ୍ତି ସଙ୍ଗୀତ ଏବଂ ଅନ୍ୟାନ୍ୟ ଧାର୍ମିକ ଗୀତ ସାମିଲ କରାଯିବା କାମ ଚାଲିଛି।

ସମ୍ବନ୍ଧିତ ଖବର