ବାରଣାସି : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ(ବିିଏଚ୍ୟୁ)ରେ ଛାତ୍ରୀ ଅସଦାଚରଣ ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଓ ସେମାନଙ୍କୁ ଘଉଡ଼ାଇବାକୁ ପୁଲିସର ଲାଠିମାଡ଼ ପରେ ଛାତ୍ର-ପୁଲିସ ସଂଘର୍ଷ ଘଟଣାରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ଜିସି ତ୍ରିପାଠୀଙ୍କୁ ଦିଲ୍ଲୀ ଡକରା ଯାଇଛ। ଯଦିଓ ରୁଟିନ ମିଟିଂରେ ଯୋଗ ଦେବାକୁ କୂଳପତି ଦିଲ୍ଲୀ ଯାଇଛନ୍ତି ବୋଲି କୁହାଯାଉଛି, ତଥାପି ବିଶ୍ୱବିଦ୍ୟାଳୟ ଗଣ୍ଡଗୋଳ ନିୟନ୍ତ୍ରଣ କରି ନ ପାରିବା ଘଟଣା ନେଇ ତାଙ୍କୁ ଦିଲ୍ଲୀ ଡକା ଯାଇଥିବା ଚର୍ଚ୍ଚା ହେଉଛି। ଛାତ୍ରଙ୍କ ଉପରେ ନିର୍ମମ ଲାଠିମାଡ଼ ପାଇଁ ୩ଜଣ ମାଜିଷ୍ଟ୍ରେଟ ଓ ୨ଜଣ ପୁଲିସ ଅଧିକାରୀଙ୍କୁ ସରକାର ବଦଳି କରିଛନ୍ତି। ଅପରପକ୍ଷରେ ସ୍ଥାନୀୟ ଲଙ୍କା ଥାନାରେ ୧ ହଜାର ଛାତ୍ରଛାତ୍ରୀଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରାଯାଇଥିବା ଜଣାପଡ଼ିଛି।
ଇତିମଧ୍ୟରେ ବାରଣାସୀ ପୁଲିସ କମିସନର ନୀତିନ ଗୋକର୍ଣ୍ଣ ଉତ୍ତର ପ୍ରଦେଶ ମୁଖ୍ୟ ଶାସନ ସଚିବ ରାଜୀବ କୁମାରଙ୍କୁ ତାଙ୍କର ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛନ୍ତି। ସେଥିରେ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏହି ଗଣ୍ଡଗୋଳ ପାଇଁ ଦାୟୀ କରିଛନ୍ତି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର