ଭୁବନେଶ୍ୱର: ଏକ ସ୍ମାର୍ଟ ସିଟି ହିସାବରେ ଭୁବନେଶ୍ୱର କେବଳ ଦେଶରେ ନୁହେଁ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ସ୍ୱୀକୃତି ହାସଲ କରିଛି । ଭାରତରେ ସ୍ମାର୍ଟ ସିଟି ଚ୍ୟାଲେଞ୍ଜରେ ନ୍ଂ୧ ସ୍ଥାନ ହାସଲ କରିଥିବା ଭୁବନେଶ୍ୱର ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ସ୍ମାର୍ଟ ସିଟି ସର୍ଭେରେ ପ୍ରଥମ ୨୦ ଟି ସହର ମଧ୍ୟରେ ସ୍ଥାନ ପାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଲଜେନିପର ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଗ୍ଲୋବାଲ ସ୍ମାର୍ଟ ସିିଟି ପରଫରମାନ୍ସ ଇଣ୍ଡେକ୍ସ ୨୦୧୭ରେ ଭୁବନେଶ୍ୱର ସାରା ବିଶ୍ୱରେ ୨୦ ତମ ସ୍ଥାନରେ ରହିଛି । ସିଂଗାପୁର ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି । ମୋବିଲିଟି, ସ୍ୱାସ୍ଥ୍ୟସେବା, ନିରାପତ୍ତା ଓ ଉତ୍ପାଦକତାରେ ସିଂଗାପୁର ନଂ୧ ସ୍ଥାନରେ ରହିଛି । ଏ କ୍ଷେତ୍ରରେ ସିଂଗାପୁର ବିଶ୍ୱର ଅନ୍ୟ ପ୍ରମୁଖ ସହର ନ୍ୟୁୟର୍କ, ସାନଫ୍ରାନସିସକୋ, ଟୋକିଓ ପରି ସହରଠାରୁ ଆଗୁଆ ଅଛି ।
ମୋବିଲିଟି ବା ଗମନାଗମନ ସୁବିଧା, ସ୍ୱାସ୍ଥ୍ୟସେବା ସୁବିଧା ଓ ଉତ୍ପାଦକତାରେ ଭୁବନେଶ୍ୱର ବିଶ୍ୱରେ ୨୦ ତମ ସ୍ଥାନରେ ରହିଛି । ତେବେ ଗୁୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ନିରାପତ୍ତା କ୍ଷେତ୍ରରେ ଭୁବନେଶ୍ୱର ୧୩ ତମ ସ୍ଥାନରେ ରହିଛି । ଏହି ମାନଦଣ୍ଡରେ ଭୁବନେଶ୍ୱର ତଳେ ରହିଛନ୍ତି ବର୍ଲିନ, ପୋର୍ଟଲାଣ୍ଡ, ବାର୍ସିଲୋନା ପରି ନଗରୀ ।