ଜାତୀୟ ଗଣମାଧ୍ୟମରେ ଚାଞ୍ଚଲ୍ୟକର ତଥ୍ୟ, ରିଆଙ୍କ ନିଶାକାରବାରର ଚେର ଭୁବନେଶ୍ୱରକୁ ମାଡ଼ିଛି !

ଭୁବନେଶ୍ୱର : ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏକ ନାଟକୀୟ ମୋଡ଼ ଆସିଛି । ନିଶାଦ୍ରବ୍ୟ ଚୋରାକାରବାର ମାମଲାରେ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତିଙ୍କ ନାଁ ଆସିଛି । ଏହା ପରେ ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ରିଆଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇଛି । ଆହୁରି ଚମକପ୍ରଦ କଥା ହେଉଛି ଏସବୁ ନିଶା କାରବାର ମାମଲାରେ ଭୁବନେଶ୍ୱରର ନାଁ ଉଠିଛି ।

source : Times Now

ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡା ଓ ରିଆଙ୍କ ମଧ୍ୟରେ ହୋଇଥିବା ହ୍ଵାଟ୍ସଆପ ଚାଟର ବିବରଣୀ ଆଜି କେତେକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶ ପାଇଛି । ଦୁଇ ପ୍ୟାକେଟ ଗଞ୍ଜେଇ କିଣିବାକୁ ରିଆ ସୁଶାନ୍ତଙ୍କ ଘରୋଇ ସହାୟକ ଦିପେଶ ସାଓ୍ଵନ୍ତକୁ ୧୭ ହଜାର ଟଙ୍କା ଦେଇଥିବା ଏହି ହ୍ଵାଟ୍ସଆପ ଚାଟରୁ ଜଣାପଡ଼ିଛି । ସେହିପରି ଏହି ଚାଟ ବେଳେ ଭୁବନେଶ୍ୱରର ଗଞ୍ଜେଇ ସବୁଠୁ ଭଲ ବୋଲି ରିଆ କହୁଥିବା ଜଣାଯାଇଛି । ତେବେ ଏ ସମ୍ପର୍କରେ ସ୍ଥିତି ଅଧିକ ସ୍ପଷ୍ଟ ହୋଇପାରିନାହିଁ । କେଉଁ ପ୍ରସଙ୍ଗରେ ଭୁବନେଶ୍ୱର କଥା ଉଠିଲା ତାହା ସବିଶେଷ ଜଣାପଡ଼ିନାହିଁ । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ଏହି ନିଶାକାରବାରର ଚେର ଭୁବନେଶ୍ୱରକୁ ଲମ୍ବିଛି ।

ସମ୍ବନ୍ଧିତ ଖବର