ଭୁବନେଶ୍ବର-କଟକ ମେଟ୍ରୋ ଟ୍ରେନ ଚଳାଚଳ ପ୍ରସ୍ତାବକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି

ନୂଆଦିଲ୍ଲୀ : ଭୁବନେଶ୍ବର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି ବୋଲି ଆଜି ରାଜ୍ୟସଭାରେ କେନ୍ଦ୍ର ସହରାଞ୍ଚଳ ବିକାଶ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ) ହରଦୀପ ସିଂହ ପୁରି ସାଂସଦ ଅମର ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ପାଖରୁ ରାପିଡ୍ ମାସ ଟ୍ରାନ୍ସପୋର୍ଟ ସିଷ୍ଟମ ଅନ୍ତର୍ଗତ ଭୁବନେଶ୍ବର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳକୁ ନେଇ ପ୍ରସ୍ତାବ ମିଳିଛି ଏବଂ ସରକାର ତାହାକୁ ବିଚାର କରୁଛନ୍ତି। ଗୃହରେ କଂଗ୍ରେସ ସାଂସଦ ଦିଗବିଜୟ ସିଂହଙ୍କୁ ବାଙ୍ଗଲୋରରେ ଗିରଫ କରାଯିବା ବିରୁଦ୍ଧରେ ଏହାକୁ ବିରୋଧ କରି କଗ୍ରେସ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିବା ଯୋଗୁଁ ମନ୍ତ୍ରୀ ତାଙ୍କ ଉତ୍ତର ସମ୍ପୂର୍ଣ୍ଣ କରିପାରିନଥିଲେ ଏବଂ ଗୃହକୁ ମୁଲତବୀ କରିଦିଆଯାଇଥିଲା।

ସମ୍ବନ୍ଧିତ ଖବର