ଭୁବନେଶ୍ବର: ଦ୍ବିତୀୟ ଦିନ ଲାଗି ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ସାମ୍ନାକୁ ଆସିଲା ରାଜଧାନୀ ଭୁବନେଶ୍ୱର । ଆଜି ଦିନବେଳା ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି, ଯାହା ଗତ ୧୦ ବର୍ଷରେ ତୃତୀୟ ସର୍ବାଧିକ ବୋଲି କୁହାଯାଉଛି । ତେବେ ଆସନ୍ତା ୫ ଦିନ ଯାଏଁ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଓଡିଶା ସମେତ ଗୁଜୁରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରରେ ବି ତାତି ବଢ଼ିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସମେତ ଟିଟିଲାଗଡ ଓ ସମ୍ବଲପୁରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି । ୨୦୧୧ରୁ ଏଯାବତ୍ ଚତୁର୍ଥ ଥର ପାଇଁ ଫେବୃଆରି ମାସରେ ତାପମାତ୍ରା ୩୮ ଡିଗ୍ରି ସେଲସିଅସ୍ ଟପିଛି । ୨୦୧୬ ଫେବୃଆରି ୨୦ ତାରିଖରେ ସର୍ବାଧିକ ୪୦.୯ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/bhubaneswar-before-summer-26_Thumb.jpg)