କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ୧୯ଟି ଏକିକୃତ କାର୍ଯ୍ୟାଳୟ ତାଲିକାରେ ଭୁବନେଶ୍ୱର

ନୂଆଦିଲ୍ଲୀ : କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ରାଜ୍ୟମାନଙ୍କରେ ନିଜର ଆଧିପତ୍ୟକୁ ମଜବୁତ କରିବା ପାଇଁ ଏକିକୃତ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ। ମନ୍ତ୍ରଣାଳୟର ଅଲଗା ଅଲଗା କାର୍ଯ୍ୟ ପାଇଁ ବର୍ତ୍ତମାନ ଦେଶରେ ମନ୍ତ୍ରଣାଳୟର ୩୦ଟି ଆଞ୍ଚଳିକ କାର୍ଯ୍ୟାଳୟ ରହିଛି।

ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟମାନଙ୍କରେ କାର୍ଯ୍ୟ କରୁଥିବା ୩୦ଟି ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାନରେ ୧୯ଟି ନୂଆ ଏକିକୃତ ଆଞ୍ଚଳିକ କାର୍ଯ୍ୟଳୟ କାର୍ଯ୍ୟ କରିବ। ଏ ନେଇ ମନ୍ତ୍ରଣାଳୟ ଦ୍ବାରା ମଞ୍ଜୁରି ପ୍ରଦାନ କରାଯାଇଥିବାର ଜଣାପଡ଼ିଛି। ଏକିକୃତ ଆଞ୍ଚଳିକ କାର୍ଯ୍ୟାଳୟ ଅକ୍ଟୋବର ୧ରୁ କାର୍ଯ୍ୟ କରିବା ଆରମ୍ଭ କରିବ। ମନ୍ତ୍ରଣାଳୟ ଦ୍ବାରା ଭୁବନେଶ୍ବର, ସିଲଂ, ବେଙ୍ଗାଲୁରୁ, ଚେନ୍ନାଇ, ଲକ୍ଷ୍ନୌ, ଭୋପାଳ, ନାଗପୁର, ଚଣ୍ଡିଗଡ଼, ଡେରାଡୁନ, ଜୟପୁର, ଗାନ୍ଧୀନଗର, ବିଜୟୱାଡା, ରାୟପୁର, ହାଇଦ୍ରାବାଦ, ସିମଳା, କୋଲକାତା, ଗୌହାଟିରେ ଏହିସବୁ ଏକିକୃତ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯିବ। ଏକିକୃତ ଆଞ୍ଚଳିକ କାର୍ଯ୍ୟାଳୟ ଅନ୍ତର୍ଗତ ଇଣ୍ଡିଆନ ଫରେଷ୍ଟ ସର୍ଭେ, ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ, ସେଣ୍ଟ୍ରାଲ ଜୁ’ ପ୍ରାଧିକରଣ ଭଳି କାର୍ଯ୍ୟାଳୟ ଗୋଟିଏ ପ୍ଲାଟଫର୍ମରେ ଆସିବେ। ଗୋଟିଏ ସ୍ଥାନରେ ରାଜ୍ୟର କାର୍ଯ୍ୟଗୁଡ଼ିକ ଉପରେ ନଜର ରଖାଯିବ। ସାଧାରଣ ଲୋକ ଗୋଟିଏ କାର୍ଯ୍ୟାଳୟରୁ ଅନ୍ୟ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର