ଭୁବନେଶ୍ୱର ଦେଶର ସବୁଠୁ ସୁଲଭ ସହର, ମୁମ୍ବାଇ ସବୁଠୁ ମହଙ୍ଗା

ଭୁବନେଶ୍ୱର : ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଦେଶର ସବୁଠାରୁ ସୁଲଭ ସହର ଓ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସବୁଠୁ ମହଙ୍ଗା ସହର ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି । ଗୁରୁବାରଦିନ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରେସିଡେନ୍ସିଆଲ ଆସେଟ ପ୍ରାଇସ ମନିଟରିଂ ସର୍ଭେରେ କୁହାଯାଇଛି ଯେ ଭାରତରେ ସରକାର ସୁଲଭ ଗୃହ ନିର୍ମାଣ ଉପରେ ବିଗତ କିଛି ବର୍ଷ ଧରି ଗୁରୁତ୍ୱ ଦେଉଥିବା ସତ୍ତ୍ୱେ ଦେଶରେ ଘରଗୁଡିକ ମହଙ୍ଗା ହୋଇଚାଲିଛି ।

Image Courtesy: cntraveller

ଏହାର କାରଣ ହେଉଛି ଗତ ୪ ବର୍ଷ ମଧ୍ୟରେ ଘରମୂଲ୍ୟ ଓ ଆୟ ଅନୁପାତ ୫୬.୧ ରୁ ବୃଦ୍ଧି ପାଇ ୬୧.୫ ରେ ପହଞ୍ଚିଛି । ଏହି ସର୍ଭେ ଦେଶର ୧୩ଟି ସହର ମୁମ୍ବାଇ, ଦିଲ୍ଲୀ, ଭୁବନେଶ୍ୱର, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ,ଚଣ୍ଡିଗଡ, ଭୋପାଳ, ଲକ୍ଷ୍ନୌ, ଅହମଦାବାଦ, ଜୟପୁର, ପୁନେ ଓ କୋଲକତାରେ କରାଯାଇଥିଲା । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ବ୍ୟାଙ୍କ ଗୁଡ଼ିକର ଗୃହଋଣ ଗୁଡ଼ିକ ଅଧିକ ରିସ୍କ ସଂପନ୍ନ ହୋଇପଡିଛି ।

ସମ୍ବନ୍ଧିତ ଖବର